କଟକରୁ ୧୬ କରୋନା ପଜିଟିଭ୍‌ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୬

କଟକ: କଟକ ସହରରୁ ସୋମବାର ଆଉ ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ପଜିଟିଭ୍‌ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ସହରରେ ମୋଟ୍‌ କରୋନା ପଜିଟିଭଙ୍କ ସଂଖ୍ୟା ୩୬୬ରେ ପହଞ୍ଚି ଥିବା ବେଳେ ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେହିପରି ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ୭ଜଣ ପ୍ରାଣ ହରାଇଥିବା ବେଳେ ଆହୁରି ମଧ୍ୟ ୧୪୨ଟି କରୋନା ସକ୍ରିୟ ମାମଲା ରହିଛି। ଏତଦ୍‌ ବ୍ୟତୀତ ଆଜି କଟକ ଜିଲ୍ଲାରୁ ୩୨ଟି କୋଭିଡ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି।

୧୬ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ଜଣ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ । ସରକାରୀ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ  ୨୬ବର୍ଷର, ୫୫ବର୍ଷର, ୩୫ବର୍ଷର ଓ ୨୮ବର୍ଷର ଜଣେ ମହିଳା ରହିଥିବା ବେଳେ ଜଣେ ୪୦ବର୍ଷର ଓ ଜଣେ ୨୦ବର୍ଷର ପୁରୁଷ ରହିଛନ୍ତି। ସେହିପରି ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ପିଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରେ ୩୪ ବର୍ଷର ଦୁଇଜଣ, ୨୬ବର୍ଷର ଜଣେ, ୨୭ ବର୍ଷର ଜଣେ ଓ ୫୦ବର୍ଷର ଜଣେ ପୁରୁଷ, ୯ବର୍ଷର ଶିଶୁ ଏବଂ ୩୨ବର୍ଷର ମହିଳା ଓ ୧୨ବର୍ଷର ଜଣେ ବାଳିକା ରହିଛନ୍ତି।

ଏଥିସହିତ ୨ଜଣ ସ୍ଥାନୀୟ ସଂକ୍ରମିତ ହେଲେ  ଡଗରପଡାର ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ସୁତାହାଟର ୩୫ ବର୍ଷୀୟ ମହିଳା।

ସମ୍ବନ୍ଧିତ ଖବର