ଖୋର୍ଦ୍ଧା: ପ୍ରଥମ ଦିନରେ କୋଭିଡ୍ ଟିକା ନେଲେ ୧୬୦ ବରିଷ୍ଠ ନାଗରିକ

ଖୋର୍ଦ୍ଧା : ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ କୋଭିଡ୍ ଯୋଦ୍ଧାଙ୍କ କୋଭିଡ ଟିକାକରଣ ଶେଷ ହେବା ପରେ ଆଜି ପ୍ରଥମ ଥର ପାଇଁ ସାଧାରଣ ନାଗରିକଙ୍କ ଟିକାକରଣ କରାଯାଇଛି । ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୦ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି ।

ଆଜି ୧୦ଟାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ୍ ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୦ଜଣ ବରିଷ୍ଠ ନାଗରିକ ଟିକା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି, ସ୍ୱାସ୍ଥ୍ୟାଧିକାରୀ ଜୀବନ୍ତ କୁମାର ଆଚାର୍ଯ୍ୟ, ଡା ପ୍ରଶାନ୍ତ କୁମାର ଦାଶଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏନେଇ ସୂଚନା ଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ୬୦ଜଣ ବରିଷ୍ଠ ନାଗରିକ ଟିକା ନେଇଥିବା ବେଳେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ଜଣ ଟିକା ନେଇଛନ୍ତି । ଆସନ୍ତା ୮ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ । ଏହା ସହ ସେ କହିଛନ୍ତି ଯେ ୪୫ରୁ ୬୦ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଓ ସୂଚିତ ହୋଇଛନ୍ତି ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇ ନାମ ପଂଜୀକରଣ କରିବା ସହ ଟିକା ନେଇପାରିବେ ।

ସମ୍ବନ୍ଧିତ ଖବର