କଟକ: ଆଜି କଟକ ସହରରୁ ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୮୭ ଜଣ ଓ ସ୍ଥାନୀୟ ଅଂଚଳରୁ ୮୧ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

publive-image

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୬ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୩୧ ଜଣ ଆକ୍ରାନ୍ତ ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତୁଳସୀପରରୁ ୬ ଜଣ, ସିଡିଏ ସେକ୍ଟର-୧୦ ଓ ସିଡିଏ ସେକ୍ଟର-୬ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଉଳିଆଗଂଜ, ଖ୍ରୀଷ୍ଟିଆନ ସାହି, କଲେଜ ଛକ ଓ ମଙ୍ଗଳବାଗରୁ ୨-୨ ଜଣ, ମେରିଆ ବଜାର, ଶଙ୍କରପୁର, ବାଙ୍କାବଜାର, ବିଡ଼ାନାସୀ, ଚୌଧୁରୀ ବଜାର, ଖପୁରିଆ, ତେଲେଙ୍ଗାପେଣ୍ଠ, କାଠଗଡ଼ାସାହି, ନୟାବଜାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୬୮ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୫୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୭୮୯ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୬୮୩ ଜଣ ଚିକିତ୍ସାଧୀନ ଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି।