ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ଦୁଇ ଅଙ୍କକୁ ଖସିଲା

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆଜି ସଂଧ୍ୟାସୁଦ୍ଧା ୧୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ଗ୍ରାମାଞ୍ଚଳରେ ପ୍ରଥମ ଥର ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ଖସି ୯୮ ହୋଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୨, ଜଟଣୀ ବ୍ଲକ ଓ ପୌରାଞ୍ଚଳରୁ ୩, ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରୁ ୨, ବେଗୁନିଆରୁ ୬, ବୋଲଗଡ଼, ଚିଲିକା-ବାଲୁଗାଁରୁ ଜଣେ ଲେଖାଏଁ ଏବଂ ବାଣପୁରରୁ ୨ଜଣ ଅଛନ୍ତି ।

ଭୁବନେଶ୍ୱର ବ୍ଲକ, ବାଲିପାଟଣା ଓ ଟାଙ୍ଗୀରୁ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଦୈନିକ ସଂକ୍ରମିତଙ୍କ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୨୪୭ ହୋଇଛି । ଅପରପକ୍ଷରେ ୨୨ ଜଣ ସୁସ୍ଥଙ୍କ ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୦୯୩ ହୋଇଥିବା ବେଳେ ୯୮ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର