ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଟାଉନ୍ ଠାରୁ ୪ କିମି ଦୂର ୧୪୯ ନମ୍ବର ଜାତୀୟ ରାଜପଥ ପେଣ୍ଡରାବସା ଠାରେ ବତି ସୁଆଁ ପଞ୍ଚାୟତର ଶ୍ରୀରାମପୁର ପାହାଡ଼ ହୁଳି ଏବଂ ଡିମିରୀୟା ପଞ୍ଚାୟତ ରଞ୍ଜ ଓ ଭେଜୀପଦା ଅଞ୍ଚଳରେ ପାଖାପାଖି ମସେ ହେଲା ୧୭ଟି ବଣୁଆ ହାତୀ ଧାନ ଫସଲକୁ ଖାଇ ନଷ୍ଟ କରି ଦେଉଛନ୍ତି । ପେଣ୍ଡରାବାସା ଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ବଣୁଆ ହାତୀମାନେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରୁ ଅପରପାର୍ଶ୍ୱକୁ ଯିବା ଆସିବା କରୁଛନ୍ତି।
ସୂଚନାଯୋଗ୍ୟ ନିଜର ଧାନ ଫସଲ କୁ ହାତୀଙ୍କ ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ହାତୀ ଘୋଡାଇବାକୁ ଯାଉଛନ୍ତି । ଗତ ୩୦ ତାରିଖ ଦିନ ରାତିରେ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରି ହାତୀ ଘଡାଉଥିବା ବେଳେ ବଣୁଆ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଆଜି ସନ୍ଧ୍ୟା ୭ଟା ବେଳେ ପାଖାପାଖି ୧୭ଟି ବଣୁଆ ହାତୀ ପେଣ୍ଡରାବସ ଠାରେ ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ବେଳେ ଏହି ରାସ୍ତାରେ ଚଳାଚଳ କରୁଥିବା ସହ ସହ ମାଲବାହୀ ଟ୍ରକ୍କୁ ହାତୀ ଆକ୍ରମଣ ଆଶଙ୍କାରେ ପାଲଲହଡ଼ା ବନ ବିଭାଗ ପକ୍ଷରୁ ନିରାପଦ ପାଇଁ ୫୦୦ ପାଖାପାଖି ଟ୍ରକ୍ଙ୍କୁ ଦୀର୍ଘ ୩ ଘଣ୍ଟା ଧରି ହାତୀ ରାସ୍ତା ଅତିକ୍ରମ କରିବା ପର୍ଯ୍ୟନ୍ତ ଅଟକାଇ ଥିଲେ। ପାଲଲହଡ଼ା ବନବିଭାଗର ଫରେଷ୍ଟର ଭୀମସେନ ଶତପଥୀ ସଦଳ ବଳେ ହାତୀ ଘୋଡାଇ ବା ଲାଇଟ୍ ବାଣକୁ ନେଇ ହାତୀମାନଙ୍କୁ ନିରାପଦରେ ଘୋଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
/sambad/media/post_attachments/wp-content/uploads/2020/11/4aac310f-41d0-48ae-bd90-81b5e96ffba7-1024x473.jpg)
ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଏ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ବନ୍ତଳା ସେକ୍ସନ ଜମାର ଘଟି ନିକଟରେ ଗତକାଲି ଠାରୁ ୪ଟି ବଣୁଆ ହାତୀଙ୍କ ଚଳାଚଳ ନେଇ ଏହି ରାସ୍ତାରେ ସନ୍ଧ୍ୟା ସମୟରେ ହାତୀ ଆକ୍ରମଣକୁ ଆଶଙ୍କା କରି ଚଳାଚଳ ଠପ୍ ହେଇ ପଡ଼ିଛି। ବନ ବିଭାଗ ପକ୍ଷରୁ ହାତୀକୁ ଘୋଡାଇବାକୁ ଉଦ୍ୟମ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Elephant-sambad.jpg)