୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ୧୩ଟିକିଆ ହାତୀପଲ

ଦେବଗଡ: ବାରକୋଟ ବ୍ଲକ ଅନ୍ତର୍ଗତ କଲାଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉଦ୍ୟାନ ବିଭାଗ ଫାର୍ମରେ ଆଜି ସକାଳେ ୧୩ ଟିକିଆ ହାତୀପଲ ପଶି ଆସିଥିଲେ । ହାତୀପଲଙ୍କୁ ଦେଖିବା ପାଇଁ ୪୯ ନମ୍ବର ଜାତୀୟ ରାଜପଥରେ ପ୍ରବଳ ଜନ ଗହଳି ହୋଇଥିବାବେଳେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ଦୃଷ୍ଟି ରଖିଛନ୍ତି ।

ତେବେ ଗତକାଲି ବିଳମ୍ବିତ ରାତିରେ ଏହି ହାତୀପଲ ନିକଟସ୍ଥ ଗ୍ରାମ ଅତିକ୍ରମ କରୁଥିବାବେଳେ ଆଜି ସକାଳ ହୋଇ ଯାଇଥିବାରୁ ହାତୀପଲ ଫାର୍ମ ନିକଟରେ ଅଟକି ଯାଇଥିବା ଜଣାପଡ଼ିଛି । ସୂଚନା ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇ ଥିଲେ । ବର୍ତ୍ତମାନ ଉକ୍ତ ହାତୀପଲ ନିକଟସ୍ଥ ଜଙ୍ଗଲରେ ଥିବା ବେଳେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି ।

ସମ୍ବନ୍ଧିତ ଖବର