ସରକାରୀ ଜମି ଜବରଦଖଲକୁ ନେଇ ଦୁଇ ଗାଁ ଭିତରେ ରକ୍ତାକ୍ତ ସଂଘର୍ଷ; ୧୭ରୁ ଅଧିକ ଆହତ, ୫ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ଚନ୍ଦ୍ରଗିରି: ସରକାର ଜମି ଜବରଦଖଲକୁ ନେଇ ୨ ଗାଁ ମଧଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଜପତି ଜିଲ୍ଲାର ମୋହନା ତହସିଲ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଚାଂୟତର ବାହାଡାପଦା ଏବଂ ବାଘମାରୀ ଗ୍ରାମ ପଚାଂୟତର ବିଜିପୁର ଗ୍ରାମ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାଯାଇଛି। ବାହାଡାପଦା ମୌଜା ଅନ୍ତର୍ଗତ ପତିତ ଓ ଜଙ୍ଗଳ ଜମିକୁ ବିଜିପୁର ଗ୍ରାମବସୀ ଜବରଦଖଲକୁ ନେଇ ଉଭୟ ଗ୍ରାମବାସୀ ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଛି ।

ଗୋଷ୍ଠୀ ସଂଘର୍ଷରେ ବିଜିପୁର ଗ୍ରାମର ଆନ୍ତୁଣି ଲିମା(୪୮), ମାଥିୟୁ ବୀର(୩୦), ସିରେଲ୍ ସିଂ (୩୧), ସୁସ୍ତି ବୀର (୩୫), ଯୋସେଫ୍ ସିଂ(୩୧) ଏବଂ ଫାଉସ୍ତିନା ବୀର ସହ ମମିତା ଲିମା, ବର୍ଣ୍ଣିତା ବୀର, ସାରାପିନା ବୀର, ଯିବିକା ବୀର ଏବଂ ବାହାଡାପଦା ଗ୍ରାମର ତାରିଣି ଦଳାଇ(୪୫), ମାଣିକ କାର୍ଯୀ(୨୭), କନ୍ଦୁଣି ମହାଙ୍କୁଡ(୫୦), ଅବେନୀ ଶବର(୨୭), ଶ୍ରୀମତୀ ମହାଙ୍କୁଡ(୫୦), ଦିପକ ପାଇକ(୧୯) ପଚୁଂ ମହାଙ୍କୁଡ(୩୮) ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଦେଉଛନ୍ତି । ଉଭୟ ଗୋଷ୍ଠୀର ଟେକା ଓ ପଥର ମାଡରେ ଆହତ ମାନଙ୍କର ମୁଣ୍ଡ ଗୋଡ, ହାତରେ ଗଭିର ଆଘାତ ଲାଗିଥିବା ଦେଖିବକୁ ମିଳିଥିଲା। ଉଭୟ ଗୋଷ୍ଠିର ୫ଜଣଙ୍କୁ ଗୁରୁତର ହୋଇ ବ୍ରହ୍ମପୁର ବଡମେଡିକାଲକୁ ଚିକିତ୍ସିତ ହେବାପାଇଁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ ଆଜି ଦିନ ୧୧ଟାରେ ବାହାଡାପଦା ଗ୍ରାମର ଗ୍ରାମବାସୀ ତାଙ୍କ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଥିବା ବାହାଡା ପଦା ମୌଜା ଅନ୍ତର୍ଗତ ପତିତ ଓ ଜଙ୍ଗଲ ଜମିକୁ ସଫାକରୁଥିବା ସମୟରେ ସେହି ଜାଗାରେ ବିଜିପୁର ଗ୍ରାମର କିଛି ଲୋକ ପହଂଚିଥିଲେ। ସେଠାରେ ଆମ୍ଭେ କିଛିଦିନ ହେବ ଚାଷ କରୁଅଛୁ। ତେଣୁ ସେହି ଜମି ଆମ୍ଭର କହି ସାମାନ୍ୟ ବଚସା ହେଇଥିଲା। ପରେ ବଚସା ବଢିଯାଇ ଉଭୟଙ୍କ ମଧ୍ୟରେ ମାରପିଟା ପର୍ଯ୍ୟନ୍ତ କଥା ଚାଲିଯାଇଥିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ପ୍ରକାଶ।

ସୂଚନା ପାଇଁ ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପ୍ରତାପ ବେହେରା ପହଞ୍ଚି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିବାସହ ଆହତ ମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସିତ କରାଇଥିଲେ । ପରେ ମୋହନା ଥାନା ଅଧିକାରୀ ସୁଜିତ୍ ନାୟକ ଏକ ପ୍ଳାଟୁନ ପୁଲିସ୍ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଗଜପତି ଆରକ୍ଷୀ ଅଧ୍ୟକ୍ଷ ଜୟରାମ ସତପଥିଙ୍କ ଉପସ୍ଥିରେ ବ୍ରହ୍ମପୁରକୁ ସ୍ତାନାନ୍ତରିତ କରାଯାଇଥିଲା । ଗଜପତି ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ସତପଥି ଆହତ ଲୋକମାନଙ୍କୁ ଦେଖିବାସହ ବାଘମାରୀ ସରପଞ୍ଚ ଜୟସେନ ଶବର, ଜିରାଙ୍ଗ ସରପଂଚ ପଦ୍ମିନୀ ଶବର ଓ ଚନ୍ଦ୍ରଗିରି ସରପଞ୍ଚ ରଜନୀକାନ୍ତ ପ୍ରଧାନ ଆଲୋଚନା କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟାର ଶାନ୍ତି ମାଧ୍ୟମରେ ସ୍ଥାୟୀ ସମାଧାନ କରିବାକୁ କହିଥିଲେ ।

ସମ୍ବନ୍ଧିତ ଖବର