ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ସରକାରୀ ବିଭାଗରେ ଅଦଳବଦଳ ଆରମ୍ଭ ହୋଇଛି। ଯେଉଁମାନେ ୩ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଉଛି। ଏବେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜସ୍ତରର ପ୍ରଥମ ବଦଳି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୫ଟି ପୁଲିସ ଜିଲ୍ଲାର ୧୭ଜଣଙ୍କ ଇନ୍ସ୍ପେକ୍ଟର୍ଙ୍କୁ ଜିଲ୍ଲା ପାର ବଦଳି କରାଯାଇଛି।
କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଇନ୍ସ୍ପେକ୍ଟର୍ ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ପୁଲିସ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ରଂଜିତ କୁମାର ମୁନିଙ୍କୁ ବୌଦ୍ଧ, କୌଶିକ ମାଝୀଙ୍କୁ ଗଞ୍ଜାମ, ବାବା ଶଙ୍କର ସରାଫ୍ଙ୍କୁ ବ୍ରହ୍ମପୁର, ସମୀର କୁମାର ରାଉତଙ୍କୁ ଗଞ୍ଜାମ ଓ ରେବତୀ ଶବରଙ୍କୁ ବ୍ରହ୍ମପୁର ପୁଲିସ ଜିଲ୍ଲାକୁ ବଦଳି କରାଯାଇଛି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଇନ୍ସ୍ପେକ୍ଟର୍ ଅଞ୍ଜଳି ବିଶ୍ବାଳଙ୍କୁ ବୌଦ୍ଧ, ସାରଦା ପ୍ରସନ୍ନ ଦାଶଙ୍କୁ ବୌଦ୍ଧ, ଭାବାନନ୍ଦ ପ୍ରଧାନଙ୍କୁ ବୌଦ୍ଧ, ପ୍ରଶାନ୍ତ ଭୂପତିଙ୍କୁ ଗଜପତି ଓ ସୁନୀଲ କୁମାର ବେହେରାଙ୍କୁ ଗଜପତି ଜିଲ୍ଲାକୁ ବଦଳି କରାଯାଇଛି। ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଇନ୍ସ୍ପେକ୍ଟର୍ ସୀତାଂଶୁ ଶେଖର ମାନଧାତାଙ୍କୁ କନ୍ଧମାଳ, ରମେଶ କୁମାର ପ୍ରଧାନଙ୍କୁ କନ୍ଧମାଳ, ପ୍ରଭାତ କୁମାର ବେହେରାଙ୍କୁ କନ୍ଧମାଳ ଜିଲ୍ଲାକୁ ବଦଳି କରାଯାଇଛି। ଗଜପତି ଜିଲ୍ଲାରେ କାର୍ଯ୍ୟରତ ଇନ୍ସ୍ପେକ୍ଟର୍ ସୁଶାନ୍ତ କୁମାର ସାହୁଙ୍କୁ କନ୍ଧମାଳ ଓ ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ କନ୍ଧମାଳ ଜିଲ୍ଲାକୁ ବଦଳି କରାଯାଇଛି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଇନ୍ସ୍ପେକ୍ଟର୍ ଅଶ୍ବିନୀ ଭିତିରିଆଙ୍କୁ ଗଞ୍ଜାମ ଜିଲ୍ଲାକୁ ବଦଳି କରାଯାଇଥିବା ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/4-11.jpg)