ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତି ବୁଟିଗୁଡା ସ୍କୁଲ ସମେତ ୫ଟି ସ୍ଥାନରେ ଆଜି ୧୮ ବର୍ଷରୁ ୪୪ ବର୍ଷିଆଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଵାଇ. ବିଜୟ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ସିଡିଏମ୍ଓ‌ ପ୍ରଫୁଲ କୁମାର ନନ୍ଦ ସମେତ ସମସ୍ତ ମେଡିକାଲ କର୍ମଚାରୀ, ସ୍କୁଲ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ମାଲକାନଗିରି ପ୍ରଥମ ପର୍ଯ୍ୟାୟରେ ୨୫୦୦ଟି ଭ୍ୟାକ୍‌ସିନ୍‌ ଆସିଛି। ତେବେ ଏହି ଭ୍ୟାକ୍‌ସିନ୍‌ ମାଲକାନଗିରି ସଦର ମହକୁମାର ବୁଟିଗୁଡା ସ୍କୁଲ, ଏକ୍ସବୋର୍ଡ ସ୍କୁଲ, ନୂଆ ହସ୍ପିଟାଲ, ବିବିଗୁଡା ସ୍କୁଲ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ଆରମ୍ଭ ହୋଇଛି। ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ୨୫୦ ଲେଖାଏଁ ଟୀକାକରଣ କରାଯିବ ବୋଲି କୁହାଯାଇଛି।

Advertisment

publive-image Sambad

ତେବେ ୨୫୦୦ ଟିକାକୁ ଦିନକୁ ୧୨୫୦ ଲେଖାଏଁ ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଗତକାଲି ସଂଧ୍ୟା ୫ଟା ବେଳେ ଟୀକା ନେବା ନେଇ ସ୍ଲଟ ଆରମ୍ଭ ହୋଇଥିଲା। ଅଧଘଣ୍ଟା ମଧ୍ୟରେ ୨୫୦୦ ଟିକା ସମାପ୍ତ ହୋଇଯାଇଥିଲା। ଆଜି ପୁଣି ୫ଟାରୁ ସ୍ଲଟ ଆରମ୍ଭ ହୋଇଛି। ଆଗାମୀ ଦିନରେ ପୁଣି ଟୀକା ପହଞ୍ଚିବା ପରେ ଅନ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ତେବେ ଆଜି ୧୮ରୁ ୪୪ ମଧ୍ୟରେ ଟିକାକରଣ ଆରମ୍ଭ ହେବା ପରେ ଲୋକଙ୍କ ଉତ୍ସାହ ବହୁତ ଦେଖାଯାଇଥିଲା।