ବ୍ରହ୍ମପୁର: ବର୍ତ୍ତମାନ ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ବସରେ ୨୨୩ ଜଣ ଯାତ୍ରୀ ଗଞ୍ଜାମରେ ଗତକାଲି ବିଳମ୍ବିତ ରାତିରେ ପହଞ୍ଚିବା ପରେ ସେମାନଙ୍କୁ ସେରଗଡ଼ ଓ ଧରାକୋଟସ୍ଥିତ ୨ଟି ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଛି ।
/sambad/media/post_attachments/wp-content/uploads/2020/04/bhm1-1-1024x576.jpg)
ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ସୁରତରୁ ଛାଡ଼ିଥିବା ୪ଟି ବସ ମଧ୍ୟରୁ ୩ଟି ଆଜି ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେମାନଙ୍କୁ ଆସିକା ଠାରେ ଏକ ସଂଗରୋଧ କେନ୍ଦ୍ରରେ ରଖାଯିବ ବୋଲି ସୂଚନା ରହିଛି। ଆଜି ତୃତୀୟ ଦଫାରେ ସୁରତରୁ ୧୮ଟି ଗାଡ଼ି ଓଡ଼ିଶା ଅଭିମୁଖେ ଛାଡ଼ିଛନ୍ତି । ସେଥିମଧ୍ୟରୁ ୧୫ଟି ଗଂଜାମ, ୩ଟି ଭଦ୍ରକ ଅଭିମୁଖେ ବାହାରିଛି ।
/sambad/media/post_attachments/wp-content/uploads/2020/04/bhm2-1024x576.jpg)
ପ୍ରତି ବସରେ ୫୦ ରୁ ୬୦ ଜଣ ଯାତ୍ରୀ ଅଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ଛାଡ଼ିବା ପାଇଁ ଆଉ ୨୮ଟି ବସକୁ ସୁରତ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ଜଣାପଡ଼ିଛି । ଉକ୍ତ ବସଗୁଡ଼ିକ ଆସନ୍ତାକାଲି ଓଡ଼ିଶା ଅଭିମୁଖେ ଛାଡ଼ିବ ବୋଲି ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bhm-3.jpg)