ଜୟପୁର: ନୃଶଂସ ବାପାର ଅମାନବୀୟ କର୍ମ। ନିଆଁ ଚେଙ୍କରେ ୧୮ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଚେଙ୍କ ଦେଇ ଶିଶୁକନ୍ୟାକୁ ନିଜେ ବାପା ମାରିଦେଇଥିବାବେଳେ ଟାଉନଥାନାରେ ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ମା ଚୁମୁକି ମୁଦୁଲି। ତେବେ କାହିଁକି ଏହି ଶିଶୁକନ୍ୟାକୁ ବାପା ଜଣକ ଚେଙ୍କ ଦେଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାସହ ଶିଶୁକନ୍ୟାକୁ ହତ୍ୟା କରାଯାଇ ଥିବାନେଇ ଚୁମୁକି ଅଭିଯୋଗ କରିଥିବାବେଳେ ଆଜି ଟାଉନ ଥାନାରେ ଅପମୃତ୍ୟୁ ମାମାଲା ଦାୟାର ହୋଇଥିବା ଜଣାପଡିଛି। ଏହିପରି ଏକ ଘଟଣା ଘଟିଛି ଜୟପୁର ସହରର ଜାମ୍ବବାଡ ସାହି ଅଞ୍ଚଳରେ।
ଜୟପୁର ସହର ଜାମ୍ବବାଡ ସାହିର ମୃତ ଶିଶୁ କନ୍ୟାର ମା ଚୁମୁକି ମୁଦୁଲି ଏନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଗତ ୮ଦିନ ତଳେ ଶିଶୁ କନ୍ୟାର ଗୋଡର ପାଦ ପାଖରେ ସ˚କ୍ରମଣ ଜନିତ ଘା ହେବାରୁ ଶିଶୁ କନ୍ୟାକୁ ପ୍ରବଳ ଜ୍ବର ହେଲା। ଚୁମୁକିର ପରିବାର ଓ ସାହି ବାସିନ୍ଦା ସମସ୍ତଙ୍କ ନିବେଦନ ସତ୍ତ୍ବେ କାର୍ତ୍ତିକ ଶିଶୁ କନ୍ୟାକୁ ହସପିଟାଲକୁ ନେଇ ନଥିଲେ। କନ୍ୟା ମରିଯାଉ ବୋଲି ଗାଳି ଗୁକଜ ମଧ୍ୟ କରିଥିଲେ।୧୮ ମାସର ଶିଶୁ କନ୍ୟାର ସ˚କ୍ରମଣ ଘା ରେ ଔଷଧ ବଦଳରେ ମଦ ପିଇ ନିଆ ଚେଙ୍କ ଦେଇଥିଲେ। ଫଳରେ ଗତ କାଲି ରାତି ଚିକିତ୍ସା ଅଭାବରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା।
ତେବେ ସେ ଆହୁରୀ ଅଭିଯୋଗ କରିଛନ୍ତି ଯେ ଜାମ୍ବବାଡ ସାହିର କାର୍ତ୍ତିକ ନାୟକ ବିବାହର ପ୍ରଲୋଭନ ଦେଖାଇ ଚୁମୁକିଙ୍କ ସହ ଶାରିରିକ ସ˚ପର୍କ ରଖିଥିଲେ। ଚୁମକିକୁ ଗର୍ଭବତୀ ହେବା ପରେ ସାହି ବାସିନ୍ଦାଙ୍କ ସମାଲୋଚନାର ଶିକାର ହୋଇଥିଲେ। ପରେ କାର୍ତ୍ତିକ ଚୁମୁକିଙ୍କୁ ଘରକୁ ନେଇଥିଲେ। ଘରକୁ ନେବା ପରେ କାର୍ତ୍ତିକଙ୍କ ପ୍ରଥମ ସ୍ତ୍ରୀଙ୍କ ସହ ସେ କାଳେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଚଳିତବର୍ଷ ନଭେମ୍ବର ୫ ତାରିଖରେ ଜିଲ୍ଲା ଚିକିତ୍ସାଳୟରେ ଚୁମୁକି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟାରକି ଚୁମୁକିର ଭରଣ ପୋଷଣ କେହି କରୁନଥିଲେ। ରାସ୍ତାରୁ କଣ୍ଟା ଯାଉ ବୋଲି ଝିଅକୁ ଚେଙ୍କ ଦେଇ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀକୁ ଉଚିତ ଦଣ୍ତ ଦେବା ପାଇଁ ପୁଲିସ ନିକଟରେ ଚୁମୁକି ଅଭିଯୋଗ କରିଛନ୍ତି।
ଏନେଇ ଟାଉନଥାନା ଅଧିକାରୀ ବାଲେଶ୍ବର ଗିଦ୍ଧି କହିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ୧୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଏହି ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବାପରେ ପରବର୍ତ୍ତୀ ଏହା ହତ୍ୟା ନ ଚେଙ୍କ ତାହା ଜଣାପଡିବ। ଏହି ଦିଗକୁ ନେଇ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।