ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ପିପଲବାହାଲ ଗାଁ ନିକଟ କୁକୁଡ଼ା ଫାର୍ମ ପରିସରରୁ ରବିବାର ରାତିରେ ପୁଲିସ ଚଢ଼ଉ କରି ୧୮ଜଣ ଦାଦନ ଶ୍ରମିକଙ୍କ ସହ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ଏହା ସହିତ ସର୍ଦ୍ଦାର ମୁଜିବ ଖାନ୍ଙ୍କ ପୁଅ ଅସପକ ଖାନଙ୍କୁ ଗିରଫ କରିଛି।
ପୁଲିସର ସୂଚନା ଅନୁସାରେ, ମୁଜିବଙ୍କ କୁକୁଡ଼ା ଫାର୍ମ ପରିସରରେ ଦାଦନ ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ରଖାଯାଇଥିବା ପୁଲିସ ଖବର ପାଇଥିଲା। ରବିବାର ରାତିରେ ସେଠାରେ ଚଢ଼ଉ କରି ନୂଆପଡ଼ା ଜିଲ୍ଲାର ଓ ଅନୁଗୁଳ ଜିଲ୍ଲା ରାଇ ଝଡ଼ଙ୍ଗର ଉକ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା। ମୁଜିବ ଖାନ ଫେରାର ଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅସ୍ପକ୍ ଖାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଝସକେତନ ଭୋଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/1cf61a56-9e8f-4190-9a97-88da45d674d4.jpg)