କୋଇଡାରୁ ଉତ୍ତର ପ୍ରଦେଶ ଗଲେ ୧୮ ଶ୍ରମିକ; ବୁଲି ବୁଲି ଆଇସକ୍ରିମ ବିକୁଥିଲେ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସ ଷ୍ଟାଣ୍ଡରୁ ଶୁକ୍ରବାର ଏକ ଘରୋଇ ବସ ଯୋଗେ ୧୮ ଜଣ ଶ୍ରମିକ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଶ୍ରମିକମାନେ ବିଭିନ୍ନ ସ୍ଥାନରେ ବୁଲିବୁଲି ଆଇସକ୍ରିମ ବିକ୍ରି କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ଲକଡାଉନରେ ଦୀର୍ଘ ଦିନ ଧରି ଫସି ରହିଥିବା ଏହି ଶ୍ରମିକମାନେ ଶେଷରେ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇ ନିଜର ଦୁଃଖ ଜଣାଇବା ସହ ନିଜର ରାଜ୍ୟ ଉତ୍ତରପ୍ରଦେଶସ୍ଥିତ ଜନପୁର ଫେରିଯିବା ପାଇଁ ସାହାଯ୍ୟ ଲୋଡ଼ିଥିଲେ । ଏହାପରେ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଏବଂ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ପଲ୍ଲବୀ ରାଣୀ ରାଜ ଏହି ବିଷୟକୁ ଅତି ଗୁରୁତ୍ୱ ସହ ନେଇ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରାଇଥିଲେ ।

ଗୋଟିଏ ଦିନ ପୂର୍ବରୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ଃ ସନତ କୁମାର ପଶୁପାଳକ ଏବଂ ଡ଼ଃ ସ୍ମତିରଞ୍ଜନ ମହାନ୍ତି ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୧୮ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଉକ୍ତ ବସଟି ଯାତ୍ରା ଆରମ୍ଭ କରିବା ସମୟରେ ସ୍ଥାନୀୟ ତହସିଲଦାରଙ୍କ ସମେତ ରାଜସ୍ୱ ପରିଦର୍ଶକ ଶୁଭେନ୍ଦୁ ରୋହି ଦାସ , ଯୁବ ସାମଜସେବୀ ଆୟୁଦେଶ ଜେଶ୍ୱଆଲ , ସୋନୁ ଜେଶ୍ୱଆଲ , ରାମଆଶୀଷ ଗୁପ୍ତା , ରାଜକିଶୋର ଶର୍ମା,  ସକଲ ଦେବ , ବୈଦ୍ୟନାଥ ,ଅମେରନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟନ କରିବା ସହିତ ଶ୍ରମିକମାନଙ୍କ ଶୁଭ ଯାତ୍ରାର ମଙ୍ଗଳ କାମନା କରିଥିଲେ। ସମସ୍ତ ଶ୍ରମିକ ସ୍ଥାନୀୟ ପ୍ରଶାସନ ସହିତ କୋଇଡାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର