କେରଳରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲାର ୧୮ ଜଣ ଦାଦନ ଶ୍ରମିକ 

ଭବାନୀପାଟଣା: କେରଳ ରାଜ୍ୟର କାନୁର ଜିଲ୍ଲାରେ କଳାହାଣ୍ଡି ଜିଲ୍ଲାର ୧୮ ଜଣ ଦାଦନ ଶ୍ରମିକ ପଓି ରହିଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ତୁରନ୍ତ ସେମାନଙ୍କୁ କଳାହାଣ୍ଡି ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଟକର୍ଲା ଗ୍ରାମର ବିପିନ ସୁନା, କୃଷ୍ଣଚନ୍ଦ୍ର ସେନାପତି, ପଲମ ଗ୍ରାମର ଯୁଗେଶ ନାଗ, ମଧୁର ହରିଜନ, ମୁକେଶ ନିଆଲ, ଜଗନ୍ନାଥ ମହାନନ୍ଦ, ଜୟନ୍ତ ବାଗ, ସବିୟ ଦୀପ, ଦେବେନ୍ଦ୍ରେ ନାଗ, ନିଳାମ୍ବର ମହାନନ୍ଦ, ଲାଲୁ ନାଗ, ତୁଲେଶ୍ବର ହରିଜନ, କେସିଙ୍ଗା ବ୍ଲକର ହାତୀଖୋଜ ପଞ୍ଚାୟତର ବିଶ୍ବାମିତ୍ର ନାଗ, ଅବେଳ ନାଗ, ଯୁବରାଜ ନାଗ, ପରମେଶ୍ବର ସୁନା, ତରୁଣ ସାହୁ ଓ କର୍ଲାମୁଣ୍ଡା ବ୍ଲକ ଯୋରାଡୋବ୍ରା ଗ୍ରାମର ଟିକଚନ ନାଗ, କେରଳ ରାଜ୍ୟୃକୁ ଦାଦନ ଖଟିବାକୁ ଯାଇଥିଲେ । ସେମାନେ କେରଳର କନୁର ଜିଲ୍ଲାର ମାଟାନୁର ଥାନା ଅର୍ନ୍ତଗତ ଚାଭାସେରି ଗ୍ରାମର ଏକ କମ୍ପାନୀରେ କାର୍ୟ୍ୟ କରୁଥିଲେ ।

ବର୍ତ୍ତମାନ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଥିବା ଫଳରେ ଗାଁକୁ ଫେରିନପାରି ଫସି ରହିଛନ୍ତି । କାମଧନ୍ଦା ଅଭାବ ଏବଂ ଲକଡାଉନ କଟକଣା ଯୋଗୁଁ ଗାଁକୁ ଫେରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି । ତୁରନ୍ତ ସେମାନଙ୍କୁ ରାଜ୍ୟ ସରକାର ହସ୍ତକ୍ଷେପ କରି ଓଡିଶା ଆଣିବା ପାଇଁ ପଦକ୍ଷେପ ନେବାକୁ ଦାଦନ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର