ବ୍ରହ୍ମପୁର: ଗଞାମ ଜିଲ୍ଲା ଖଲ୍ଲିକୋଟ୍ ବ୍ଳକ୍ କଇରାସି ଓ ମାଣିକପୁର ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ଦୁବାଇରେ ଫସିଛନ୍ତି। ୭ ମାସ ପୂର୍ବେ ସେହି ଅଞ୍ଚଳର ଜଣେ ଏଜେଣ୍ଟ ଦ୍ଵାରା ଦାଦନ ପାଇଁ ଦୁବାଇ ଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ସାତମାସ ହେଲା ଦରମା ପାଇ ନାହାନ୍ତି।
ଦରମା ମାଗିଲେ କଂପାନୀ କର୍ତ୍ତୃପକ୍ଷ ନିଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ମାସକୁ ୩୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ କହି ଦୁବାଇ ପଠାଯାଇଥିଲା । ହେଲେ ଦରମା ବଦଳରେ ନିଯ୍ୟାତିତ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଭୋକଶୋଷ ଉପାସରେ ଦିନ କାଟୁଛନ୍ତି।
/sambad/media/post_attachments/wp-content/uploads/2019/07/bhm-300x228.jpg)
କଂପାନୀ କର୍ତ୍ତୃପକ୍ଷ ଙ୍କ ର୍ନିଯାତନା ଭୟରେ ଦୁବାଇର ବିଭିନ୍ନ ଅଞ୍ଚଳରେ ଏମାନେ ବୁଲୁଛନ୍ତି। କୌଣସି ଏକ ଜଙ୍ଗଳ ଅଞ୍ଚଳରେ ରହୁଥିବା ବେଳେ ଉଦ୍ଧାର ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ନିଜ ଅଞ୍ଚଳକୁ ଫେରାର ଆଣିବାକୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/bhm1.jpg)