ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟ ଜାତୀୟ ରାଜପଥ-୧୬ ପାର୍ଶ୍ବରେ ପୂର୍ବରୁ ଅଟକି ଥିବା ଏକ ଟ୍ରେଲର ପଛରେ ‘ନାୟକ’ ଯାତ୍ରୀବାହୀ ବସ୍ ପିଟି ହେବାରୁ ୧୮ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଭୁବନେଶ୍ବରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ନାୟକ ବସ୍ (ଓଡି ୦୪ କେ ୦୦୪୫) ଆଜି ଭାରସାମ୍ୟ ହରାଇ ରଥିଆ ନିକଟରେ ଛିଡ଼ାହୋଇଥିବା ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା। ବସ୍ରେ ଥିବା ୪୦ରୁ ଅଧିକ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷାପାଇ ଯାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନା ପଠାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।
ଟ୍ରେଲର ପଛରେ ପିଟିଲା ବସ୍, ୧୮ ଯାତ୍ରୀ ଆହତ
/sambad/media/post_attachments/wp-content/uploads/2022/02/bec5256d-dccb-42df-a34e-95e101ad277e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)