ମୟୂରଭଞ୍ଜ: ୨ହଜାର ଟପିଲା ନମୁନା ପରୀକ୍ଷା, ୧୮୧୮ର ରିପୋର୍ଟ ନେଗେଟିଭ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆଜି ସୁଦ୍ଧା କରୋନା ପରୀକ୍ଷା ନିମନ୍ତେ ୨ହଜାର୯୦ଟି ନମୁନା ଯାଇଛି। ଏଥିମଧ୍ୟରୁ ୧୮୧୮ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି। ୨୭୨ଟି ନମୁନାର ରିପୋର୍ଟ ଆସିବା ବାକି ଅଛି। ତେବେ ଜିଲ୍ଲାକୁ ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଜିଲ୍ଲାପ୍ରଶାସନର ଚିନ୍ତା ବଢ଼ିଛି। କାରଣ ଗଞ୍ଜାମ ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟିଛି। ଆଗକୁ ଜିଲ୍ଲାରେ ଆହୁରି ଅଧିକ ନମୁନା ପରୀକ୍ଷା ହେବାର ଯୋଜନା ରହିଛି।

କଡ଼ାକଡ଼ି ହେଲା କୋହଳ ଭିତରେ କଟକଣା

ବାରିପଦା: ବାରିପଦାରେ କଡ଼ାକଡ଼ି ହୋଇଛି କୋହଳ ଭିତରେ କଟକଣା। ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କୌଣସି ଦୋକାନ ଖୋଲିବାକୁ ଅନୁମତି ଦିଆଯାଉନାହିଁ। ସେହିପରି ସନ୍ଧ୍ୟା ୭ ପରେ ବାହାରେ ବୁଲିବାକୁ ମଧ୍ୟ କାହାରିକୁ ଅନୁମତି ଦିଆଯାଉନଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଆଜି ଏମ୍ଭି ଫାଇନ୍ ବାବଦକୁ ୧୩ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ମାସ୍କ ନପିନ୍ଧି ବୁଲୁଥିବା ଅମାନିଆଙ୍କ ନିକଟରୁ ୬ହଜାର୨ଶହ ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର