କଟକ ସହରରୁ ୧୮୪ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭୭ ଜଣ

କଟକ: ଆଜି କଟକ ସହରରୁ ୧୮୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୭ ଜଣ ସଂଗରୋଧରୁ ରହିଥିବା ବେଳେ ବାକି ୭୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ସହରରୁ ଆଜି ପର୍ଯ୍ୟନ୍ତ ୫ ହଜାର ୯୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୪ ହଜାର ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧ ହଜାର ୭୨୯ ଜଣ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ୨୯ ଜଣ ରୋଗୀଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି।

 କଟକ ସହରରୁ ଆଜି ପର୍ଯ୍ୟନ୍ତ ୫ ହଜାର ୯୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୪ ହଜାର ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧ ହଜାର ୭୨୯ ଜଣ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ୨୯ ଜଣ ରୋଗୀଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି।

ଆଜି ସରକାରୀ ସଂଗରୋଧରୁ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୭ ଜଣ ପୁରୁଷ ହୋଇଥିବା ବେଳେ ୧୩ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ନୟାବଜାରରୁ ଅଛନ୍ତି। କଲ୍ୟାଣୀ ନଗରରୁ ୫ ଜଣ, ପୀଠାପୁରରୁ ୪ ଜଣ, କଲେଜ ଛକ, ଓଏସ୍‌ଏପି ୬ଷ୍ଠ ବାଟାଲିଅନ, ସିଡିଏ ସେକ୍ଟର-୬, ଚାଉଳିଆଗଂଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି କଟକ ସହରରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୭୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥିରେ ଏମ୍‌ ପଥର ସାହିରୁ ୭ ଜଣ, କଣ୍ଟେନମେଣ୍ଟ ରୋଡରୁ ୫ ଜଣ, ନୟାବଜାରରୁ ୪ ଜଣ, ତୁଳସୀପୁର, ଦେଉଳ ସାହି, ଜଗତପୁରରୁ ୩ ଜଣ ଲେଖାଏଁ ଅଛନ୍ତି।

ସମ୍ବନ୍ଧିତ ଖବର