୧୯ ବାଂଲାଦେଶୀ ଧୀବରଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ

ଜଗତସିଂହପୁର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତୀୟ ଜଳ ସୀମାକୁ ପଶି ଆସିଥିବା ବାଂଲାଦେଶୀ ମାଛ ଧରା ବୋଟକୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଘଟଣାରୁ ପ୍ରକାଶ ଯେ ଗତ ସୋମବାର ଦିନ ଭାରତୀୟ ଜଳ ସୀମା ମଧ୍ୟରେ ଏକ ବାଂଲାଦେଶୀ ମାଛ ଧରା ଟ୍ରଲର ଥିବା ତଟରକ୍ଷୀ ବାହିନୀର ଏୟାର କ୍ରାଫ୍ଟ ଦେଖିଥିଲା । ତୁରନ୍ତ ସେଠାରେ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବା ତଟରକ୍ଷୀ ବାହିନୀ ଜାହାଜକୁ ସୂଚନା ଦିଆଯାଇଥିଲା ।

ତଟରକ୍ଷୀ ବାହିନୀ ଜାହାଜ ସେଠାରେ ପହଞ୍ଚିଥିଲା । ଏହା ଏକ ବାଂଲାଦେଶୀ ମାଛଧରା ଟ୍ରଲର ଓ ସେଥିରେ ୧୯ଜଣ ଧୀବର ଥିବା ଜାଣିବା ପରେ ବାଂଲାଦେଶ ତଟରକ୍ଷୀ ବାହିନୀକୁ ସୂଚନା ଦିଆଯାଇଥିଲା । ଯାନ୍ତ୍ରିକ ତ୍ରଟି ଯୋଗୁଁ ଏହା ଭାରତୀୟ ଜଳସୀମାକୁ ପଶି ଆସିଥିବା ଜାଣିବା ପରେ ଧୀବରଙ୍କ ନିକଟରେ ଖାଦ୍ୟ ପଦାର୍ଥ ନଥିବା କହିଥିଲେ ।

ତଟରକ୍ଷୀ ବାହିନୀ ପକ୍ଷରୁ ସେହି ୧୯ଜଣ ଧୀବରଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯାଇଥିବା ନେଇ ତଟରକ୍ଷୀ ବାହିନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ପରେ ମାଛଧରା ଟ୍ରଲରକୁ ସଜଡାଯାଇ ଏହାକୁ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର