ଭଞ୍ଜନଗର: ନାମାଙ୍କନ ଷଷ୍ଠ ଦିନରେ ଅଧ୍ୟକ୍ଷ ପଦ ପାଇଁ ‌ଜଣେ, ୱାର୍ଡ ସଭ୍ୟ ପାଇଁ ୧୮ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭଞ୍ଜନଗର: ଚଳିତ ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ସରିବା ପୂର୍ବରୁ ପ‌ୌର ନିର୍ବାଚନ ଘୋଷଣା ହୋଇଥିବାରୁ ଅନେକ ସ୍ଥାନରେ ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡି ପାରିନି। ନାମାଙ୍କନକୁ ଚାରି ଦିନ ବିତିଥିଲେ ମଧ୍ୟ ଭଞ୍ଜନଗର ଏନ୍‌ଏସି ପାଇଁ ଗୋଟିଏ ମଧ୍ୟ ନାମାଙ୍କନ ପତ୍ର ଦାଖଲ ହୋଇନଥିଲା। ଆଜି ନାମାଙ୍କନର ୫ମ ଦିନରେ ବିଭିନ୍ନ ୱାର୍ଡ ଏବଂ ଅଧ୍ୟକ୍ଷ ପଦ ପାଇଁ ୧୯ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ଜଣେ ମାତ୍ର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ୧୫ଟି ୱାର୍ଡ ପାଇଁ ୧୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ଆଲୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରଥମ ଥର ପାଇଁ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ସେ ନିଜର ଶତାଧିକ ସର୍ମଥକଙ୍କ ଗହଣରେ ଏନ୍‌ଏସି କାର୍ଯ୍ୟାଳୟକୁ ଆସି ବିଜେଡି ଦଳରୁ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେଡିରୁ ୧ ନମ୍ବର ଓ୍ବାର୍ଡ ପାଇଁ ଶାନ୍ତିଲତା ଜେନା,୨ ନମ୍ବର ୱାର୍ଡ ପାଇଁ ପ୍ରଭାସିନୀ ପାଣିଗ୍ରାହୀ,୩ ନମ୍ବର ୱାର୍ଡ ପାଇଁ ବାଲାଜୀ ସାହୁ,୪ ନମ୍ବର ୱାର୍ଡ ପାଇଁ କେ.ସଚିତ ରାଓ, ୫ ନମ୍ବର ୱାର୍ଡ ପାଇଁ ରବି ବେହେରା, ୬ ନମ୍ବର ୱାର୍ଡ ପାଇଁ ଅନୀତା ସେଠୀ, ୭ ନମ୍ବର ଓ୍ବାର୍ଡ ପାଇଁ ପ୍ରଶାନ୍ତ କୁମାର ରାଓ, ୮ ନମ୍ବର ୱାର୍ଡ ପାଇଁ ଶୁଭଶ୍ରୀ ଦାଶ, ୯ ନମ୍ବର ୱାର୍ଡ ପାଇଁ ଜୟନ୍ତୀ ନାୟକ, ୧୦ ନମ୍ବର ୱାର୍ଡ ପ‌ାଇଁ ଉପେନ୍ଦ୍ର କୁମାର ପ୍ରଧାନ, ୧୧ ନମ୍ବର ୱାର୍ଡ ପାଇଁ ଲକ୍ଷ୍ମୀ ନାୟକ, ୧୨ ନମ୍ବର ୱାର୍ଡ ପାଇଁ ସସ୍ମିତା ଜେନା, ୧୩ ନମ୍ବର ୱାର୍ଡ ପାଇଁ ସଂଯୁକ୍ତା ବେହେରା, ୧୪ ନମ୍ବର ୱାର୍ଡ ପାଇଁ ଶିବରାମ ନାଇକ ଏବଂ ୧୫ ନମ୍ବର ୱାର୍ଡ ପାଇଁ ଉତ୍ତମ ଦଳ‌ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସେହିପରି ବିଜେପିରୁ ୭ ନମ୍ବର ୱାର୍ଡ ପାଇଁ ଅନୁପ କୁମାର ଦାଶ ଏବଂ ୧୦ ନମ୍ବର ୱାର୍ଡରୁ ଅଭିମନ୍ୟୁ ଭୂୟାଁ ନାମାଙ୍କନ ଦାଖଲ କରିଥିବା ବେଳେ ୭ ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବ‌େ ଡି.ଚେଲପତି ରାଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତ‌େବେ ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ପକ୍ଷରୁ କେବଳ ୨ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ନାମାଙ୍କନର ଶେଷ ଦିନ ହୋଇଥିବାରୁ ବିଜେପି ଓ କଂଗ୍ରେସର ବର୍ତ୍ତମାନ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ ହୋଇନଥିବା ବେଳେ କାଲି ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି।

 

ସମ୍ବନ୍ଧିତ ଖବର