ରାୟଗଡ଼ା: ସିଲେଇ ତାଲିମ ପାଇଁ ତାମିଲନାଡ଼ୁ ଯାଇ ନିର୍ଯ୍ୟାତନାର ଶିକାର ହୋଇଥିବା ୧୯ ଯୁବତୀ ଆଜି ସୁରକ୍ଷିତ ଭାବେ ରାୟଗଡ଼ା ଫେରିଛନ୍ତି। ଭିଟାମାଟିରେ ପହଞ୍ଚିବା ପରେ ସମସ୍ତ ଯୁବତୀ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଭିଟାମାଟିକୁ ଫେରିଥିବା ଯୁବତୀଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ୧୫ ଏବଂ କଳାହାଣ୍ଡି ଜିଲ୍ଲାର ୪ ଜଣ ଥିବା ଜଣା ପଡିଛି।

Advertisment

ଗତ କିଛି ମାସ ତଳେ ବିଷମକଟକ ବ୍ଲକ ବିଭିନ୍ନ ପଞ୍ଚାୟତର ଯୁବତୀମାନେ ସିଲେଇ ପ୍ରଶିକ୍ଷଣ ପାଇଁ ତାମିଲନାଡୁର ତ୍ରିପୁରା ଅଭିମୁଖେ ଯାଇଥିଲେ। ମାସିକ ମୋଟା ଅଙ୍କର ଦରମା ସହ ମାଗଣା ସିଲେଇ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଆଶା ଦେଖାଇ ଦଲାଲମାନେ ସେମାନଙ୍କୁ ଡାକି ନେଇଥିଲେ। ତ୍ରିରୁପୁରର ଏକ ସିଲେଇ କାରଖାନାରେ ଯୁବତୀମାନେ ନିଯୁକ୍ତି ପରେ ଦଲାଲମାନେ ସେମାନଙ୍କୁ ଏକ କଠୋରୀ ମଧ୍ୟରେ ଆବଦ୍ଧ କରି ମୋବାଇଲ ଫୋନ୍ ଛଡାଇ ନେଇଥିଲେ। ଏପରିକି ଯୁବତୀଙ୍କୁ ବାହାରକୁ ଯିବା ପାଇଁ ଦିଆଯାଉନଥିବା ବେଳେ କୌଣସି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଉନଥିଲା। ସମସ୍ୟା ସଂପର୍କରେ ଯୁବତୀମାନେ ବହୁ କଷ୍ଟରେ ନିଜ ପରିବାର ଲୋକଙ୍କୁ ଅବଗତ କରିବା ପରେ ଘଟଣା ଶ୍ରମ ବିଭାଗ ଓ ପ୍ରଶାସନର ନଜରକୁ ଆସିଥିଲା। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତତ୍ପରତା ଦେଖାଇ ତାମିଲନାଡ଼ୁ ସରକାରଙ୍କ ଶ୍ରମ ବିଭାଗ ସହ ଆଲୋଚନା କରି ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ୧୯ ଯୁବତୀ ଧାନବାଦ-ଆଲେପି ଟ୍ରେନ୍ ଯୋଗେ ଆଜି ସଂଧ୍ୟାରେ ରାୟଗଡ଼ା ଷ୍ଟେସନରେ ଓହ୍ଲାଇଛନ୍ତି।