ଖୋର୍ଦ୍ଧା: ୧୯୩ ସଂକ୍ରମିତ, ୧୬୩ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ୧୯୩ଜଣ କୋଭିଡ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୬୩ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତକାଲି ଠାରୁ ପରୀକ୍ଷଣ ସଂଖ୍ୟା ବୃଦ୍ଧି କରାଯାଇଛି। ଆଜି ୭୫୬ଟି ରାପିଡ୍ ଆଂଟିଜେନ ଓ ୪୯୨ଟି ଆର୍ଟି-ପିସିଆର ପରୀକ୍ଷଣ ହୋଇଥିଲା। ଏହା ମଧ୍ୟରୁ ୧୯୩ଜଣଙ୍କ ଠାରେ କୋଭିଡ ପଜିଟିଭ ଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୧୫, ବାଲିପାଟଣାରୁ ୨୦, ଭୁବନେଶ୍ୱର ବ୍ଲକରୁ ୨୨, ଜଟଣୀରୁ ୩୦, ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରୁ ୩୨, ବେଗୁନିଆରୁ ୧୪, ବୋଲଗଡ଼ରୁ ୧୨, ଟାଙ୍ଗୀରୁ ୨୦, ଚିଲିକା-ବାଲୁଗାଁରୁ ୯, ବାଣପୁରରୁ ୧୯ଜଣଙ୍କୁ ଚିହ୍ନଟ କରାଯାଇଛି।

ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୩୫ ହୋଇଥିବା ବେଳେ ଆଜି ୧୬୩ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ସୁଦ୍ଧା ( ଅପ୍ରିଲ୍ ୧୩ ୨୦୨୦ ଠାରୁ ଆଜି ସୁଦ୍ଧା) ୧୭ ହଜାର ୯୦୯ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୩୦ହଜାର ୪୦୭ଟି ସ୍ୱାବ୍ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର