କଟକ: ଆଜି କଟକ ସହରରୁ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୨୦ ଜଣ ଓ ୭୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

publive-image

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଆଜି ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୨ ଜଣ ଅଛନ୍ତି କରୋନା ଯୋଦ୍ଧା ଅଛନ୍ତି। ଆଜି ସରକାରୀ ସଂଗରୋଧରୁ ୩୦ ଜଣ ପୁରୁଷ ଓ ୧୭ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୃହ ସଂଗରୋଧରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ୭୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୪୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧୮ ଜଣ ସୁସ୍ଥ ହୋଇଛନ୍ତି। ୧୮୨୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୨୫ ଜଣଙ୍କର ମୃତ୍ୟୁ ହୋଇଛି।