କଟକ: ଆଜି କଟକ ସହରରୁ ୧୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧରୁ ୯୬ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୦୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, କଟକ ଜିଲ୍ଲାରେ ଆଜି ମୋଟ ୩୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୯ ଜଣ କଟକ ସହରରୁ ଅଛନ୍ତି ।
/sambad/media/post_attachments/wp-content/uploads/2020/09/EhzYOyXU8AE9XHi-886x1024.jpg)
ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୫୫ ଜଣ ଓ ଗୃହ ସଂଗରୋଧରୁ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ଜଣ କରୋନା ଯୋଦ୍ଧା, ୩୪ ଜଣ ପୁରୁଷ ଓ ୧୬ ଜଣ ମହିଳା ଅଛନ୍ତି । ଏସସିବି ଆଇସୋଲେସନରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/09/EhzYPf-UwAAVwil-886x1024.jpg)
ସୂଚନାଯୋଗ୍ୟ କଟକ ସହରରୁ ଆଜି ପର୍ଯ୍ୟନ୍ତ ୭୭୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୫୨୦ ଜଣ ସୁସ୍ଥ ହୋଇଥିବା ବେଳେ ୨୨୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୩୪ ଜଣଙ୍କର ପ୍ରାଣହାନୀ ଘଟିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc-3.jpg)