ଜୟପୁର: ୧୨ଦିନ ଧରି ମଣ୍ଡିରେ ୧୦ହଜାର ୫୧୨ଜଣ ଚାଷୀଙ୍କର ପଡ଼ି ରହିଲା ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ। ଏପରିକି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବି ମଣ୍ଡିକୁ ଯାଇ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇଥିଲେ। ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ସହ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଗତ କାଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ଦଳର ନେତା ଓ ଚାଷୀଙ୍କୁ ନେଇ ଜାତୀୟ ରାଜପଥ ଜୟନ୍ତଗିରୀ ମଣ୍ଡି ଓ ବୋରିଗୁମ୍ମାରେ ୭ଘଣ୍ଟା ଧରି ଅବରୋଧ କରିଥିଲେ। ବିଭାଗୀୟ ରାଜ୍ୟ ସଚିବଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ପରେ ଟାର୍ଗେଟ୍ ୪ଲକ୍ଷ ୬୦ହଜାର କୁଇଣ୍ଟାଲ ମିଳିଥିଲା। ଟାର୍ଗେଟ୍ ମିଳିବାର ଦିନକ ମଧ୍ୟରେ ଆଜି ଉଠିଛି ଏକ ଲକ୍ଷ କୋଡ଼ିଏ ହଜାର କୁଇଣ୍ଟାଲ।
/sambad/media/post_attachments/wp-content/uploads/2021/01/jpr-mandiee-paddy-2.jpg)
ମିଳିଥିବା ଟାର୍ଗେଟରୁ କୋରାପୁଟ ଉପଖଣ୍ଡର ୬୯୩ଜଣ ଚାଷୀଙ୍କର ୩୮ହଜାର ୫୩୦କୁଇଣ୍ଟାଲ, ୨୪ଟି ମହିଳା ସ୍ବୟଂ ସହାୟକଦଳକୁ ଦେଢ଼ ଲକ୍ଷ କୁଇଣ୍ଟାଲ ଓ ୨ଟି ପାଣି ପଂଚାୟତ ଓ ୨୦ଟି ଲ୍ୟାମ୍ପକୁ ୨ଲକ୍ଷ ୨୧ହଜାର କୁଇଣ୍ଟାଲ ଧାନ ଉଠାଇବାକୁ ଟାର୍ଗେଟ ଦିଆଯାଇଥିବା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଆଜି ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ସହ କିଛି ଲ୍ୟାମ୍ପ ପକ୍ଷରୁ ଧାନ ଉଠିଛି। ଜୟପୁର ଆରଏମସି ମଣ୍ଡିରେ ମହିଳା ସ୍ବୟଂ ସହାୟକ ଦଳ ଓ ଲ୍ୟାମ୍ପ କ୍ରୟକାରୀ ସଂସ୍ଥା ଦ୍ବାରା ଧାନ ଉଠାଯାଉଥିବା ବେଳେ କିଛି ମିଲର କଟନିଛଟନିକୁ ନେଇ ବିବାଦ ଉପୁଜାଇଥିଲେ। ତାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହା ସମାଧାନ ହେବା ସହ ଧାନ ଉଠିଥିବା ସୂଚନା ମିଳିଛି। ତେବେ ମଣ୍ଡିରୁ ପୂର୍ବଭଳି ହିଁ ଚାଷୀ ମାନେ ହିଁ ନିଜେ ଟ୍ରାକ୍ଟର କିମ୍ବା ଟ୍ରକ ଆଦି ଭଡ଼ା କରି କ୍ରୟକାରୀ ସଂସ୍ଥା ମାର୍ଫତରେ ମିଲ ଗୁଡ଼ିକୁ ଧାନ ପହଚାଂଇଥିଲେ। ଆଉ ଦିନେ ଦୁଇ ଦିନ ମଧ୍ୟରେ ସବୁ ଚାଷୀଙ୍କର ଧାନ ଉଠିବ , ବଳକା ଥିବା ଟାର୍ଗେଟ ବି ଆସିବ , ଏ ନେଇ ଆଜି ବି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ସହ କଥାବାର୍ତ୍ତା କରିଛି ବୋଲି କହିଛନ୍ତି ବିଧାୟକ। ତେବେ ଚାଷୀ ଆଉ କେତେ ଦିନ ଧରି ମଣ୍ଡିରେ ଧାନକୁ ଜଗିବେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-mandiee-paddy-3.jpg)