ଦୁଇଟି ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ଯାଜପୁରସଦର/ବ୍ରହ୍ମବରଦା/ହରିପୁର: ଆଜି ଅପରାହ୍ନରେ ଯାଜପୁର ସଦର ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ  ମୃତ୍ୟୁ ବରଣ କରିଥିବା ବେଳେ ୨ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ସନ୍ତୋଷ ବେହେରା(୨୮) ଓ ସଂର୍ପକୀୟ ଭାଇ ପବନା ବେହେରା(୨୭) ବାଇକ ଯୋଗ‌େ ବରୁହାଁରୁ ଘରକୁ ଫେରୁଥିବା ବେଳେ  ଶଙ୍କମଠ-ଝାଲପଡା ମଧ୍ୟବର୍ତୀ ସ୍ଥାନରେ  ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳେ ଗାଡି ଚଲାଉଥିବା  ସନ୍ତୋଷଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇଁ ୧୦୮ ଆମ୍ବୁଲାନସ ପହଞ୍ଚି ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ପବନା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ ହୋଇଛନ୍ତି।

ସେହିପରି  ଯାଜପୁର ସଦର ଥାନା ମଟନ ଛକ ନିକଟରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।  କୋରେଇ ବ୍ଲକ ଆଲଡା ଗ୍ରାମର କ‌ହ୍ନେଇ ମଲିକ ଓ ପୁଅ ପତ୍ନୀଙ୍କ  ସହ ବରୀ ବ୍ଲକ୍ ସାଉଡିଆରେ ଥିବା ନିଜ ଝିଅକୁ ବୁଲି ବାକୁ ଆସିଥିଲେ। ତେବେ ଫେରିବା ବାଟରେ  ସଦର ଥାନା ମଟନ ଛକ ଠାରେ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲେ। ତେବେ ଗାଡିରେ ବସିଥିବା ବାପ,ପୁଅ ଓ ମା’ ତଳେ ପଡି ଯାଇଥିଲେ। କିନ୍ତୁ ଗାଡିଟି ପତ୍ନୀ ଯଶୋଦା ମଲିକଙ୍କ ‌ଉପରେ ଚଢ଼ି ଯାଇଥିବାରୁ ଘଟଣାସ୍ଥ‌ଳେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାରେ କହ୍ନେଇ ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ତାଙ୍କ ପୁଅ ନଟବର ମଲିକ ଆହତ ହୋଇଛନ୍ତି। ଉଭୟ ଦୁର୍ଘଟଣାସ୍ଥଳରେ ସହର ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର