କଟକ: ଗତକାଲି ରାତିରେ କନ୍ଦରପୁର ଥାନା ଅଞ୍ଚଳରେ ଥିବା ଏକ ପ୍ରେଟ୍ରୋଲ ପମ୍ପ୍ରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ, ଘଟଣାସ୍ଥଳରୁ ୪ ଜଣ ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି। ଅଭିଯୂୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୁଳି ଓ ୪ଟି ହାତବୋମା ଜବତ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ କନ୍ଦରପୁର ଥାନା ଇନସପେକ୍ଟର ଖବର ପାଇଥିଲେ ଯେ ନିମେଇସାପୁର କେନାଲ ପାଖରେ କେତେକ ବ୍ୟକ୍ତି ସଙ୍ଗଠିତ ଅପରାଧ ପାଇଁ ଯୋଜନା କରୁଛନ୍ତି। ଏହି ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ାଉ କରିବାରୁ ଘଟଣାସ୍ଥଳରୁ ଦୁଇଜଣ ଧରାପଡ଼ିଥିଲେ ଓ ୪ ଜଣ ଖସିଯିବାରେ ସକ୍ଷମ ହୋଇଥିଲେ। ଧରାପଡ଼ିଥିବା ଦୁଇଜଣଙ୍କ ଠାରୁ ଏକ ଗୁଳି ଭରା ଦେଶୀ ପିସ୍ତଲ ଓ ୪ଟି ହାତବୋମା ଜବତ କରାଯାଇଛି।
/sambad/media/post_attachments/wp-content/uploads/2017/12/ctc-2-300x226.jpg)
ତେବେ ପୁଲିସ ହାତରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ବିରିଡ଼ି ଅଞ୍ଚଳର ଉମେଶ ବେହେରା ଓ କଟକ ଦରଘାବଜାରର ରାଜେଶ ସେଠୀ ପୁଲିସକୁ କହିଛନ୍ତି ଯେ ସେମାନେ ନହପଙ୍ଗା ପେଟ୍ରୋଲ ପମ୍ପ ଡକାୟତି ପାଇଁ ଯୋଜନା କରୁଥିଲେ। ସେମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲଶ ବାଲିଅନ୍ତା ଅଞ୍ଚଳର ଦୁର୍ଦ୍ଦାନ୍ତ ନିହାର ଦାସ ଗୋଷ୍ଠୀର। ଏକ ହତ୍ୟା ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ନିହାର ଏହି ପେଟ୍ରୋଲ ପମ୍ପ ଲୁଟ୍ ସହିତ ତାଙ୍କ ବିରୋଧରେ ହତ୍ୟା ମାମଲାରେ ସାକ୍ଷୀ ଦେବାକୁ ଥିବା ବ୍ୟକ୍ତିମାନଙ୍କୁ ଡ଼ରାଇବା ପାଇଁ ଷଡଯନ୍ତ୍ରୀ କରିଥିଲେ। ଯୋଜନା ଅନୁଯାୟୀ ନିହାରର ବାପା ଦିଲ୍ଲିପ ଦାସ ଏହି ସମସ୍ତଙ୍କୁ ଡକାଇ ଡକାୟତି ଯୋଜନା କରିଥିଲେ। ତେବେ ଯୋଜନା ପୂର୍ବରୁ ପୁଲିସ ପହଞ୍ଚି ସେମାନଙ୍କୁ ଧରି ପକାଇଥିଲା। ତେବେ ପୁଲିସ ଠାରୁ ସୂଚନା ମିଳିଛି ଯେ ଘଟଣାସ୍ଥଳର ଅଭିଯୁକ୍ତ କିଶେରନଗର ଅଞ୍ଚଳର ଜଗା, ଖାନନଗର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା, ବାଲିଅନ୍ତାର ଦିଲ୍ଲିପ ଦାସ ଓ ନିତିଶ ଦାସ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/ctc-1-1.jpg)