ଗଂଜେଇ ଚାଲାଣ ମାମଲାରୁ ୨ଅଭିଯୁକ୍ତ ନିର୍ଦ୍ଦୋଷ

ଜୟପୁର: ଗତ ୨୦୨୦ମସିହାର ୭୯କିଲୋ ଗଂଜେଇ ଚାଲାଣ ମାମଲାରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସହକାରୀ ସେସନସ୍ ଜଜ୍ ୨ଅଭିଯୁକ୍ତଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୦ ମସିହା ଜୁଲାଇ ୨୪ତାରିଖ ଦିନ ଜୟପୁର ସଦର ପୁଲିସ ବାୟାଗୁଡା ଗାଁ ଉପରେ ଚଢ଼ାଉ କରି ଗୋଟିଏ ଟ୍ରକରୁ ୧୨୩୨କିଲୋ  ଓ ବଲୋର ପିକଅଫରୁ ୮୩୭କିଲୋ ଓ ବଲୋରରୁ ୯୪କିଲୋ ଗଂଜେଇ ଜବତ କରିଥିଲେ। ଘଟଣାସ୍ଥଳରେ ୯ଜଣ ରହିଥିଲେ।

ପୁଲିସର ଚଢ଼ାଉ ଦେଖି ସେଠାରୁ ୫ଜଣ ଚମ୍ପଟ ମାରିଥିଲେ।  ଏହି ମାମଲାରେ ସଂପୃକ୍ତ ଥିବା ୪ଜଣଙ୍କୁ ଧରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିଲେ। । ଏହି ମାମଲାରେ ୯ଜଣ ସାକ୍ଷ୍ୟଙ୍କ ବୟାନ ଲିପିବଦ୍ଧ କରାଯାଇଥିଲା। ତେବେ ଉପଯୁକ୍ତ ତଦନ୍ତ ଏବଂ ସାକ୍ଷ୍ୟ ପ୍ରମାଣ ଅଭାବରୁ ଉଭୟ ଅଭିଯୁକ୍ତ ଶୁଭେନ୍ଦୁ ଓପ୍ରସନ୍ନ ନିର୍ଦୋଶରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନାନାଜୀ ଆଚାରୀ ମାମଲା ପରିଚାଳନା କରୁଥିଲେ। ଏହାରି ମଧ୍ୟରେ ଗଂଜେଇ ମାମଲାରେ ୬ଜଣ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଛନ୍ତି। ନିର୍ଦୋଷରେ ଖଲାସ ହେବା ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଉପଯୁକ୍ତ ତଦନ୍ତ ଓସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦୋଷରେ ଖଲାସ ହେଉଥିବାରୁ ଆଗାମୀ ଦିନରେ ଏଭଳି ଗଂଜେଇ ଚାଲାଣ ମାମଲାରେ ଅଧିକାରୁ ଅଧିକା ଯୁବକ ସାମିଲ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ , ନୂଆରେ ଗଠନ କରାଯାଇଥିବା ନାରକଟିକ୍ସ ବିଭାଗ ଏବଂ ଜିଲ୍ଲା ପୁଲିସ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର