ବୁଗୁଡ଼ା: ଗଞ୍ଜାମ ଜିଲ୍ଲାରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଳଖାଳି ନିକଟ ବାଙ୍କେଶ୍ଵରୀ ମନ୍ଦିର ମୁଖ୍ୟ ରାସ୍ତାରେ ଆଜି କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ୨ଟି ମାଈ କୃଷ୍ଣସାରଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ଣରେ ଗୋଟିଏ ମାଈ କୃଷ୍ଣସାର ଦୌଡ଼ି ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ତା'ର ମୃତ୍ୟୁ ଘଟିଥିଲା। ସେହି ଠାରୁ ଠିକ୍ ୪ଶହ ମିଟର ଦୂରରେ ଆଉ ଏକ ମାଈ କୃଷ୍ଣସାର ମଧ୍ୟ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛି। ଉଭୟ ଦୁର୍ଘଟଣାରେ ଗାଡ଼ିଚାଳକ ଦ୍ବୟ ଫେରାର ହୋଇ ଯାଇଥିଲେ। ଖବର ପାଇ ବୁଗୁଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତ କୃଷ୍ଣସାରଙ୍କୁ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇ ବନାଞ୍ଚଳ କାର୍ଯ୍ୟାଳୟ ହତା ମଧ୍ୟରେ ପୋତା ଯାଇଥିଲା।
ଅଜଣା ଗାଡ଼ି ଧକ୍କାରେ ୨ ମାଈ କୃଷ୍ଣସାର ମୃତ
/sambad/media/post_attachments/wp-content/uploads/2019/02/dear.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)