୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପ୍ରାୟ ୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ପୁରୀ ଜିଲ୍ଲାର ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳେ ଦୁଇଜଣ ଯୁବକ ବ୍ରାଉନସୁଗାର କାରବାର ପାଇଁ ନୂଆବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବା ନେଇ ସୂଚନା ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା । ଚଢ଼ଉରେ ଏକ ଅଟୋ (ଓଡି୧୩ଇ ୪୫୨୯)ସହ ଦୁଇଜଣ ଯୁବକଙ୍କୁ ଧରିଥିଲେ ।

ଯାଂଚରେ ସେମାନଙ୍କ ନିକଟରୁ ୨୯ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ଲକ୍ଷ ୯୦ହଜାର ଟଙ୍କା ହେବ । ଏନେଇ ୬୩/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ପୁରୀ ରେଳବାଇ କଲୋନୀର ରାକେଶ ନାୟକ (୩୫), ପୁରୀ ଘୋଡ଼ାବଜାର ରେଳବାଇ କଲୋନୀର ଏନ୍ ମୋହନ ରେଡ୍ଡୀ (୪୪)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର ଆଇଆଇସି ରାଜଶେଖର ସ୍ୱାଇଁ, ଏସ୍ଆଇ ବି ମନୋଜ କୁମାର, ବେଗୁନିଆ ଓଆଇସି ରାଜେନ୍ଦ୍ର ସେସ୍ ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର