ରାଉରକେଲା: ଦୀପାବଳୀ କଟକଣାରେ ବାଣ ବିକିବା ଉଭୟ ବାପ ପୁଅକୁ ମହଙ୍ଗା ପଡିଛି। ପୁରୁଣା ଷ୍ଟେସନ ଚାଲିଥିବା ବେଆଇନ ବାଣ ଗୋଦାମରେ ପ୍ଲାଣ୍ଟସାଇଟ୍‌ ପୁଲିସ ଚଢ଼ଉ କରି ବିପୁଳ ପରିମାଣରେ ବାଣ ଜବତ କରିଛି। ଯେଉଁଥିରେ ୧୫୦୬ ପ୍ରକାର ବିଭିନ୍ନ ପ୍ରକାର ବାଣ ରହିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ। ଏଥିସହ ନଗଦ ୧ ଲକ୍ଷ ୬୪ ହଜାର ୨୦୦ ଟଙ୍କା ଜବତ ହୋଇଛି।

Advertisment

publive-image

ପୁଲିସ ପୁରୁଣା ଷ୍ଟେସନ ‌ରୋଡର ସାଜନ ମୋଦି (୫୫) ଓ ତାଙ୍କ ପୁଅ ଆଶୁତୋଷ ମୋଦି (୨୪)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସାଜନର ନାଁରେ ପୂର୍ବରୁ ବେଆଇନ ବାଣ ବିକିବା ଅଭିଯୋଗରେ ଏକାଧିକ ମାମଲା ରହିଥିବା ଜଣାପଡିଛି। ଦୀପାବଳୀରେ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଥିବାବେଳେ ପୁରୁଣା‌ ଷ୍ଟେସନର ପୃଥକ ପୃଥକ ଗୋଦାମରେ ବାପ ପୁଅ ଦୁହେଁ ବିପୁଳ ପରିମାଣରେ ବାଣ ଗଚ୍ଛିତ ରଖିଥିଲେ।

ଦୀପାବଳୀ ଦିନରେ ସକାଳେ ଗ୍ରାହକ ଓ ଅନ୍ୟାନ୍ୟ ଦୋକାନୀଙ୍କୁ ଲୁଚାରେ ବିକୁଥିଲେ। ଗୁପ୍ତ ସୂଚନା ପାଇ ବ୍ରାହ୍ମଣୀତରଙ୍ଗ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଦୁଇଟି ଗୋଦାମରେ ଚଢ଼ଉ କରିଥିଲେ।