ପାଟପୁର: ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗାଁରେ ଔଷଧ ଦୋକାନ ସିଲକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରାସ୍ତାରୋକ ଓ ଉତେଜନା ଘଟଣାରେ ପାଟପୁର ଥାନାରେ ୭ଜଣ ଗ୍ରାମବାସୀ ସମେତ ଶତାଧିକଙ୍କ ନାମରେ ମାମଲା ରୁଜୁ ହୋଇଛି । ପାଟପୁର ଥାନା ପୁଲିସ ଆଜି ୨ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସୁବାସ ଚନ୍ଦ୍ର ସେଠୀ ଓ ବୁଲୁ ପଢିଆରି । ଏଥିସହ ଉକ୍ତ ଗ୍ରାମରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
Flag March at Konkarada by SDPO,Aska,BDO,Tehsildar and IIC ,Sanekhmundi. Two persons have been arrested in incidence that happened two days back. @sp_ganjam @Ganjam_Admin @HFWOdisha @CMO_Odisha pic.twitter.com/36YIggG3GA
— SDM Brahmapur (@sdmbam) August 1, 2020
ସାନଖେମୁଣ୍ଡି ବ୍ଲକର କଙ୍କୋରଡ଼ା ଗାଁରେ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ମାନୁ ନ ଥିବା ୩ଟି ଔଷଧ ଦୋକାନ ସିଲ କରିବାକୁ ନେଇ ଗତ ୩୦ତାରିଖରେ ଅଭାବନୀୟ ପରିସ୍ଥିତି । ସ୍ଥାନୀୟ ତହସିଲଦାରଙ୍କ ସମେତ ତହସିଲ କର୍ମଚାରୀ, ନୋଡ଼ାଲ ଅଫିସର ଏବଂ ସ୍ଥାନୀୟ ସରପଂଚକୁ ଗ୍ରାମବାସୀ ଅଟକ ରଖିବା ଜଗନ୍ନାଥ ପୁର-ହିଞ୍ଜଳିକାଟୁ ମୁଖ୍ୟରାସ୍ତାକୁ ପ୍ରାୟ ୧ଘଂଟା ଧରି ବନ୍ଦ କରି ରଖିଥିଲେ । ପାଟପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଅଟକ ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲା । ଏଥିସହ ଗ୍ରାମାବସୀଙ୍କୁ ବୁଝାସୁଝା କରିବା ଆନ୍ଦୋଳନ ହଟିଥିଲା ।
ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ଔଷଧ ଦୋକାନ ଗୁଡ଼ିକୁ ମଧ୍ୟ ପ୍ରଶାସନ ପକ୍ଷରୁ ପୁଣି ଖୋଲା ଯାଇଥିଲା । ତେବେ ସାମାଜିକ ଦୂରତ୍ୱ ଉଲଂଘନ କରି ଆନେ୍ଦାଳନ କରିଥିବାି ଗ୍ରାମାବସୀଙ୍କ ବିରୋଧରେ ସାନଖେମୁଣ୍ଡି ତହସିଲ ପକ୍ଷରୁ ଗତକାଲି ରାତିରେ ପାଟପୁର ଥାନାରେ ଏତଲା ଦିଆଯାଇଛି । ଏତଲା ୭ଜଣ ନାମ ଉଲ୍ଲେଖ ରହିଛି । ଏହା ସହିତ ଅନ୍ୟମାନେ ଜଡ଼ିତ ଥିବା ଦର୍ଶାଯାଇଛି । ତହସିଲ ପକ୍ଷରୁ ଦିଆଯାଇଥିବା ଏତଲାକୁ ଭିତିକରି ପାଟପୁର ଥାନା ପୁଲିସ ଏକ କେସ (ନମ୍ବର ୧୮୬/୨୦୨୦) ରୁଜୁ କରିଛି । ୧୪୭, ୩୪୧,୨୯୪, ୩୫୩, ୩୩୨, ୪୨୭ ଓ ୫୦୬ ଓ ୧୪୯ ଆଇପିସି ଏବଂ ୩ ମହାମାରୀ ଆଇନ ବଳରେ ଏହି ମାମଲା ରୁଜୁ କରିଛି ।