ରାଉରକେଲା : ଜିଲ୍ଲାର ଜଣାଶୁଣା ମଞ୍ଚ ଉପସ୍ଥାପିକା ମିନାକ୍ଷୀ ଧର ମୃତ୍ୟୁ ଘଟଣାରେ ସେକ୍ଟର- ୩ ପୁଲିସ ଆଜି ଦୁଇ ଯୁବକକୁ ଗିରଫ କରିଛି l ଗିରଫ ଦୁଇ ଯୁବକ ହେଲେ ଶକ୍ତିନଗରର ସତ୍ୟଜିତ ସ୍ୱାଇଁ ଓରଫ ଲିପୁନ (୨୨) ଓ ମାଲଗୋଦାମ ବସ୍ତି ହନୁମାନ ଛକର ଦୀପକ ସାହୁ (୨୪) l ଏମାନଙ୍କ ନିକଟରୁ ପୁଲିସ ମୋଟର ବାଇକ, ମିନାକ୍ଷୀଙ୍କ ମୋବାଇଲ ଓ ଭ୍ୟାନିଟିରେ ଥିଵା ମାତ୍ର ୧୨୦ଟଙ୍କା ଜବତ କରିଛି l
ଗିରଫ ଲିପୁନ ନାଁ ରେ ବିଭିନ୍ନ ଥାନାରେ ଛଅରୁ ଅଧିକ ଅପରାଧିକ ମାମଲା ରହିଛି l ଗତ ୧୨ ତାରିଖରେ ମିନାକ୍ଷୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତ ତାଙ୍କ ଭ୍ୟାନିଟି ଛଡାଇ ନେଇଥିଲେ l ମିନାକ୍ଷୀ ସ୍କୁଟିରୁ ପଡି ଗୁରୁତର ଆହତ ହୋଇଥିଲେ l ଗତ ୨୧ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ଗତକାଲି ବିଜେପି ନେତା ନିହାର ରାୟ ଏସପି ମୁକେଶ କୁମାର ଭାମୁଙ୍କୁ ଭେଟି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/cfeeea79-8b42-4e7c-b3b4-2e5828e310cb.jpg)