ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ପୁଲିସ ତରଫରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଚନ୍ଦ୍ରପୁର ପୁଲିସ କିରମା ଛକ ନିକଟରେ ଛକି ରହିଥିଲା। ଏକ ଧଳା କାରରେ ଗଂଜେଇ ଯାଉଥିବା ଖବର ପାଇବା ପରେ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ପୁଲିସ ଏକ ଜରି ବ୍ୟାଗରେ ଗଂଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲା।
ତୁରନ୍ତ ଗଂଜେଇକୁ ଓଜନ କରିବା ପରେ ସେଥିରେ ୧୦ କିଲୋ ଗଂଜେଇ ରହିଥିବା ଜଣାପଡିଥିଲା। ଏଥିସହ କାରରେ ଥିବା ଦୁଇ ଆସାମୀକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୨ ଲକ୍ଷ ୭୭ ହଜାର ୩୦୦ ଟଙ୍କା ସହ ୨ଟି ମୋବାଇଲ ଓ କାରକୁ ପୁଲିସ ଜବତ କରିଥିଲା। ଦୁଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-Ganja-seized.jpg)