ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ କନେଷ୍ଟବଳ ସମେତ ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପଲୀ ଛକରେ ଗତକାଲି ରାତିରେ ଗଞ୍ଜେଇ ଚାଲାଣ କରୁଥିବା ମାମଲାରେ ପୁଲିସ ଜଣେ କନେଷ୍ଟବଳଙ୍କ ସମେତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମାର୍କାପଲୀ ଛକଠାରେ ଗୋଟିଏ ବୋ‌ଲେରୋ ଗାଡିରେ ଗଞ୍ଜେଇ ଲୋଡ କରାଯାଉଥିଲା। ଗଞ୍ଜେଇ ବାହାର ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତି କରାଯାଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ପୁଲିସ ଗାଡିକୁ ଦେଖି ଡ୍ରାଇଭର ବୋଲେରୋ ନେଇ ଚମ୍ପଟ ମାରିଥିବାବେଳେ ୩ରୁ ଅଧିକ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

କିନ୍ତୁ ପୁଲିସ କବଳରେ ମାର୍କାପଲୀ ଗ୍ରାମର ଶରତ ଚନ୍ଦ୍ର ହନ୍ତାଳ ଧରାପଡିଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ୨୧ କିଲୋ ଗଞ୍ଜେଇ ଜବତ କରିଥିଲା। ଏନେଇ ମାଲକାନଗିରି ଥାନାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାର ତଦନ୍ତ କରି ଶରତକୁ ପଚରାଉଚୁରା କରିଥିବା ବେଳେ ପୁଲିସ କନେଷ୍ଟବଳ ମନୋଜ ମୁଦୁଲି ଏହି ମାମଲାରେ ସମ୍ପୃକ୍ତି ରହିଥିବା ନେଇ ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ ଶରତ ଚନ୍ଦ୍ର ହନ୍ତାଳ ଓ ମ‌ନୋଜ ମୁଦୁଲିକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର