ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ସର୍ଗିଗୁଡା ନିକଟ ଏକ ପଥର ଖାଦାନ ନିକଟରୁ ବହୁ ପରିମାଣର ବିସ୍ପୋରକ ଦ୍ରବ୍ୟ ଜବତ କରିବା ସହ ଘଟଣାସ୍ଥଳରୁ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଏନେଇ ବୋରିଗୁମ୍ମା ପୁଲିସ ଏସଡ଼ିପିଓ ହରେକୃଷ୍ଣ ମାଝୀ ଏକ ଖବରଦାତା ସମ୍ମିଳନୀରେରେ ସୂଚନା ଦେଇଛନ୍ତି। ଗିରଫ ଦୁଇ ଜଣ ହେଲେ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର କେ.ଋଷି(୨୫) ଓ ଟି.ଵାଲା(୩୯) । କୌଣସି ସୂତ୍ରରୁ ଖବର ପାଇ ଏସଡ଼ିପିଓଙ୍କ ନେତୃତ୍ୱରେ ବୋରିଗୁମ୍ମା ପୁଲିସ ସର୍ଗିଗୁଡା ନିକଟ ଏକ ପଥର ଖାଦାନ ନିକଟରେ ପହଞ୍ଚିଥିଲା। ସର୍ଗିଗୁଡା ମୌଜା ଖାତା ନମ୍ବର ୧୪୪ ଓ ପ୍ଲଟ ନମ୍ବର ୫୧୨ ରେ ପଥର ଖାଦାନ ଅଛି।
ପଥର ଫୁଟାଇବା ପାଇଁ ବେଆଇନ ଭାବେ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ ଖାଦାନ ନିକଟରେ ଗଛିତ ଥିଲା। ପୁଲିସ ତୁରନ୍ତ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ସହ ଯୋଗାଯୋଗ କରିଥିଲେ। କିନ୍ତୁ ତହସିଲ କାର୍ଯ୍ୟାଳୟରୁ କୌଣସି ଲାଇସେନ୍ସ କିମ୍ବା ପଥର ଫୁଟାଇବା ପାଇଁ ଅନୁମତି ମିଳିନାହିଁ। ଘଟଣାସ୍ଥଳ ରୁ ପୁଲିସ କେ.ଋଷି ଓ ଟି.ଵାଲା ରାଜୁକୁ ଗିରଫ କରିବା ସହ ଗୋଟିଏ କଂପ୍ରେସର, ଡ୍ରିଲିଂ ମେସିନ ଜବତ କରିଛି। ଏଥିସହ ୧୦୦ କାର୍ଟୁନ ବିସ୍ପୋରକ ଦ୍ରବ୍ୟ, ୪ ବଣ୍ଡଲ ଲିଡ଼ ତାର,ଦୁଇଟି ଇଲେକ୍ଟ୍ରିକ ଡିଟୋନେଟର ଓ ଅନ୍ୟାନ୍ୟ ବିସ୍ପୋରକ ଦ୍ରବ୍ୟ ଜବତ କରିଥିଲା ।
/sambad/media/post_attachments/wp-content/uploads/2021/02/d87a5bd5-7c50-4e60-9f7b-8651ec0ffdb5-300x225.jpg)
ଦୁଇ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ପରେ ସେମାନେ କୁସୁମୀ ବିସ୍ପୋରକ ଗୋଦାମରୁ ସାମଗ୍ରୀ ଆଣିଥିବା କହିଥିଲେ। ଏନେଇ ପୁଲିସ ତରଫରୁ ବୋରିଗୁମ୍ମା ଥାନାରେ ଏକ ମାମଲା କେସ ନମ୍ବର ୨୧ / ୨୦୨୧ ଦଫା ବିସ୍ପୋରକ ଦ୍ରବ୍ୟ ମାମଲା ୫ ଓ ୬ ରୁଜୁ କରି ଚାରି ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅନ୍ୟ ଦୁଇ ଜଣ ହେଲେ ପଥର ଖାଦାନ ମାଲିକ କେ.ଶ୍ରୀନିବାସ ଓ କୁସୁମୀ ବିସ୍ପୋରକ ଗୋଦାମ ମ୍ୟାନେଜର ଭି.ନବୀନ ରେଡି। ଜବତ ବିସ୍ପୋରକ ଦ୍ରବ୍ୟର ର ମୂଲ୍ୟ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/2a4b35f1-7a46-4c43-a21f-db393a0ef2df.jpg)