କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୦ କେଜି ୭ ଶହ ଗ୍ରାମ ଗଞ୍ଜେଇ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ଦେଉଳି ନଦୀଘାଟ ନିକଟରେ ଚଢ଼ଉ କରିଥିଲା। ଏକ ବାଇକ୍ (ଓଡି-୦୮ପି-୯୭୧୭)ରେ ଦୁହେଁ ବସ୍ତାରେ କିଛି ଜିନିଷ ଧରି ଯାଉଥିବାବେଳେ ସନ୍ଦେହରେ ପୁଲିସ ସେମାନଙ୍କୁ ଅଟକାଇ ଥିଲା। ତଦନ୍ତ ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ବାଇକ ଜବତ କରିଥିବା ପୁଲିସ। ଏଥିସହ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା କଳରାଖମନ୍ ଗ୍ରାମର ଆନନ୍ଦ କହଁର(୨୪) ଓ ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲାର ରୋହିତ କୁମାର(୧୯) ବୋଲି ପୁଲିସ ସୂଚନା ଦେଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କଲାପରେ ତାହା ୨୦ କେଜି ୭ଶହ ଗ୍ରାମ ହୋଇଥିଲା। ଏ ସଂକ୍ରାନ୍ତରେ ଘଣ୍ଟାପଡ଼ା ଥାନାରେ ୪୮/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଆନନ୍ଦ ଓ ରୋହିତ କୁମାରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/bd44cc9d-6611-4768-8ecc-a31c27e78c1b.jpg)