ବେଆଇନ ନିର୍ମାଣ ପଥର ଚାଲାଣ, ଟ୍ରକ୍ ଜବତ, ୨ ଗିରଫ

ଖୋର୍ଦ୍ଧା : ଗତକାଲି ରାତିରେ ବେଆଇନ ଭାବେ ନିର୍ମାଣ ପଥର (କଳା ମୁଗୁନି) ଚାଲାଣ ବେଳେ ଖୋର୍ଦ୍ଧା ସଦର ଥାନା ପୁଲିସ ଏକ ଟ୍ରକ୍ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଟ୍ରକ୍ (ଓଡି ୦୨ ଡବ୍ଲୁ ୩୨୦୨) କଳା ମୁଗୁନି ପଥର ବୋଝେଇ କରି ନେଉଥିଲା । ଏହି ସମୟରେ ସଦର ଥାନାର ଏଏସ୍ଆଇ ପ୍ରଶାନ୍ତ ବେହେରା ଓ ତାଙ୍କ ପାଟ୍ରୋଲିଂ ଟିମ୍ ଟ୍ରକ୍ଟିକୁ ଅଟକାଇ ନଥିପତ୍ର ଯାଂଚ କରିଥିଲେ । ଯାଂଚରେ ପଥରଗୁଡ଼ିକ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଫଳରେ ଟ୍ରକ୍ଟିକୁ ଜବତ କରିବା ସହ ଟ୍ରକ୍ ଚାଳକ ଗଣେଶ ପ୍ରଧାନ (୫୩) ଓ ଅନ୍ୟ ଜଣେ ସହଯୋଗୀ ସନ୍ତୋଷ ମହାପାତ୍ର (୨୭)ଙ୍କୁ ଗିରଫ କରିଥିଲା । ଏନେଇ ସୂଚନା ଦେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ମୁକେଶ ବେହେରା କହିଛନ୍ତି ଯେ ଏନେଇ ୯୦/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି । ଉଭୟ ଗଣେଶ ଓ ସନ୍ତୋଷକୁ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର