ଅନୁଗୁଳ: ଗାଡ଼ି ଧକ୍କାରେ ୨ ବାଇକଆରୋହୀ ମୃତ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବାମୁର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଝାରସୁଗୁଡ଼ାରୁ ବାଇକରେ ଅନୁଗୁଳ ଜିଲ୍ଲା ଜରପଡ଼ା ଓ ବଡ଼କେରା ଅଞ୍ଚଳରେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ଟାଟା ମ୍ୟାଜିକ ଗାଡ଼ି ଧକ୍କାରେ ଏହି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ଆଶଙ୍କା କରୁଛି। ମୃତକମାନେ ହେଲେ ମାନସ ରଞ୍ଜନ ପ୍ରଧାନ ଓ ଚନ୍ଦ୍ରକାନ୍ତ ରାଉଳ।
କିଶୋରନଗର ଥାନାରେ ମୃତ ମାନସ ରଞ୍ଜନ ପ୍ରଧାନଙ୍କ ଦାଦା ଙ୍କ ଅଭିଯୋଗ ଅନୁଯାୟୀ, ମାନସ ଓ ତାଙ୍କ ସାଙ୍ଗ ଏକ ନମ୍ବର ବିହୀନ ନୂଅା ମୋଟର ସାଇକେଲ ଯୋଗେ ଆଜି େ;ଭାରରୁ ଘରକୁ ଫେରୁଥିବା ବେଳେ ବାମୁର ନିକଟରେପରିସ୍ରା କରିବାକୁ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହି ସମୟରେ ଓଆର ୧୯ କେ ୦୭୭୦ ନମ୍ବର ବିଶିଷ୍ଟ ଟାଟା ମ୍ୟାଜିକ ଗାଡ଼ିଟି ସେମାନଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମନେସ ଓ ଚନ୍ଦ୍ରକାନ୍ତଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ ମୃତ ମାନସଙ୍କ ଘର ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଉଗି ଗାଁରେ ଓ ଚନ୍ଦ୍ରକାନ୍ତଙ୍କ ଘର ବଡ଼କେରା ଥାନା ଅନ୍ତର୍ଗତ ତୁମୁଣି ଗାଁରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର