ବଲାଙ୍ଗୀର: ଦୁଇ ଜଣ ଅଜଣା ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କରିଛି ବଲାଙ୍ଗୀରର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ। ସୂଚନାନୁସାରେ, କିଛି ଦିନ ତଳେ ଅନୁଷ୍ଠାନର ଆଗଲପୁର ଶାଖା କର୍ମକର୍ତ୍ତାମାନେ ରାସ୍ତାରେ ପଡ଼ିରହିଥିବା ଜଣେ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିଚୟ ବି ମିଳି ନଥିଲା। ସେହିପରି ଗତ ୧୬ ତାରିଖ ମଧ୍ୟ ଆଉ ଜଣେ ଅସହାୟ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Advertisment

୩ ଦିନ ଧରି ବ୍ୟବଚ୍ଛେଦ ଗୃହରେ ଶବ ରଖାଯାଇଥିଲା। ଉଭୟଙ୍କ ଶବକୁ ନେବା ପାଇଁ କେହି ପରିଜନ ନ ଆସିବାରୁ ବୁଧବାର ଫାଉଣ୍ଡେସନର କର୍ମକର୍ତ୍ତାମାନେ ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ମର୍ଯ୍ୟାଦା ସହ ସତ୍କାର କରିଛନ୍ତି। ଏଥିରେ ଅନୁଷ୍ଠାନର ବିଶ୍ୱଜିତ ପଟେଲ, କନ୍ଦର୍ପ ରଣା, ରଂଜିତ ପଧାନ, ପୀତାମ୍ବର ମଲ୍ଲିକ, ବବି ସୁନା, ବିକାଶ ବେହେରା, ମୁକେଶ ପଧାନ, ବୁଲୁ ମହାକୁର, ବିକୁ ଦଳେଇ, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।