ରାଉରକେଲା : ଆଜି କୋଏଲ ନଦୀରେ ବୁଡି ଆଉ ତିନିଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ ଶରୀର କୋଏଲନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l
ଝିରିପାଣି ପୁଲିସ ଓ ଅଗ୍ନିଶମ ଟିମ ଏବଂ ସ୍ଥାନୀୟ ଲୋକ ତିନିଜଣ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାବାଳକଙ୍କ ବୟସ ୧୫,୧୨,୭ ବର୍ଷ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାଟା ବସ୍ତି ଘାଟ ନିକଟ କୋଏଲ ନଦୀ କୂଳରେ ତିନିଜଣ ନାବାଳକଙ୍କ ଚପଲ ଓ ପୋଷାକ ପଡି ରହିଛି । ତେବେ ମୃତ ତିନିଜଣ ନାବାଳକ ସ୍ଥାନୀୟ ବସ୍ତିର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି l ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳି ପାରି ନଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।