ରାୟଗଡା: ଦାଦନ ଖଟିବାକୁ ଯାଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଜଣେ ରାୟଗଡ଼ା ମେଡିକାଲରେ ଆଉ ଜଣକର ମୋହନା ମେଡ଼ିକାଲରେ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗାଁରେ।ପ୍ରକାଶ ଥାଉକି ଦୁଇ ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ୱର ମାଝି ବିଶାଖାପାଟଣା ନିକଟ ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଗତ କିଛି ଦିନ ହେଲା ଦେହ ଅସୁସ୍ଥ ହୋଇପଡ଼ିଥିଲା। କିନ୍ତୁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଦୁଇ ଭାଇଙ୍କର ଚିକିତ୍ସା କରିଲେ ନାହିଁ। ଏଣୁ ଦିନକୁ ଦିନ ସ୍ବାସ୍ଥ୍ୟ ଅବସ୍ଥା ଅତି ଜଟିଳ ହୋଇପଡ଼ିଥିଲା।
ଏଣୁ ଉପାୟ ନପାଇ ଜଣେ ସୁପରଭାଇଜରଙ୍କୁ କିଛି ଟଙ୍କା ଧାର ମାଗି ଟ୍ରେନ୍ ଯୋଗେ ଘରକୁ ଫେରିବା ବେଳେ ରାୟଗଡ଼ା ରେଳଷ୍ଟେସନରେ ଗୁରୁତର ଅବସ୍ଥାରେ ବସିଥିବା ଦେଖି ଉଭୟଙ୍କୁ ଜିଆରପି ରାୟଗଡ଼ା ମେଡିକାଲକୁ ଆମ୍ବୁଲାନସ ଯୋଗେ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ଗତକାଲି ମୃତ୍ୟୁ ହୋଇଯାଇଥିବାବେଳେ ମହେଶ୍ୱର ମାଝି ଗୁରୁତର ଅବସ୍ଥାର ଚିକିତ୍ସା ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ରାତିରେ ମହେଶ୍ୱର ମାଝିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଅବସ୍ଥା ଜଟିଳ ହେବାରୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବରର ମଧ୍ୟ ମୃ୍ତ୍ୟୁ ହୋଇଯାଇଛି |
ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ଏବଂ ବିଭାଗୀୟ ଅଧିକାରୀ ମଧ୍ୟ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଦାଦନ ଖଟିବାକୁ ଯାଇ ଦୁଇଭାଇଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସହ କ୍ଷତିପୂରଣ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/b48ad003-e4d3-4468-bb34-94c8a05a7fae.jpeg)