ତାଳଦଣ୍ଡା କେନାଲରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ

ପାରାଦ୍ୱୀପ: ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି | ପାରାଦୀପ ଅଠରବାଙ୍କି ଲକପଡା ବସ୍ତିରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଆଜି ଲକପଡାରେ ରହୁଥିବା ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବାବେଳେ ଖସି ପଡ଼ିଥିଲେ।

ମାତ୍ର ଏ ସମ୍ପର୍କରେ କେହି ଜାଣିପାରି ନଥିଲେ। କିଛି ସମୟ ପରେ ଗାଧୋଉଥିବା ଲୋକ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଡାକ୍ତରଖାନା ପରିସର ଓ ଲକପଡା ବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର