ରାଉରକେଲା : ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ୱର ଜାତୀୟ ରାଜପଥ ଜୁନିଆଣି ନିକଟରେ ବନ୍ଧୁକ ଦେଖାଇ ବିଭିନ୍ନ ଗାଡ଼ି ଅଟକାଇ ଡ଼କାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଡକାୟତଙ୍କୁ ଗିରଫ କରିଛି ପୁଲିସ । ତେବେ ଆଉ ୩ ଡକାୟତ ଫେରାର ହୋଇଯାଇଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଲହୁଣୀପଡ଼ା ଆଇଆଇସି ଏକ ସ୍ୱତନ୍ତ୍ର ଟିମ ସହ ଚଢଉ କରି ସେମାନଙ୍କୁ ଗିରଫ କରିଥିଲେ ।
ସେମାନଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ହୋଇ ଥିବା ବେଳେ ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ,ଗୋଟିଏ ଅଫୁଟା ଗୁଳି, ଖଣ୍ଡା, ଛୁରୀ ଓ ୨ ଟି ବାଇକ୍ ଜବତ କରିଛି । ଫେରାର ଥିବା ଡକାୟତିଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଧରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/WhatsApp-Image-2021-11-12-at-20.03.11-1.jpeg)