ଦୁଇଦିନ ବଲାଙ୍ଗୀର ବନ୍ଦ ଡାକରା ଦେଲା ଓକିଲ ସଂଘ

ବଲାଙ୍ଗୀର: ବଲାଙ୍ଗୀରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ପକ୍ଷରୁ ୧୬ ଓ ୧୭ ତାରିଖରେ  ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। କାଲି ଓ ଆସନ୍ତାକାଲି କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ଗାଡି ଚଳାଚଳ ସ୍ୱାଭାବିକ ରହିବା ସହିତ ଦୋକାନ ବଜାର, ସ୍କୁଲ ଓ କଲେଜ ଆଦି ଖୋଲା ରହିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର