ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ କୁରାଢମଲ୍ଲ ଛକ ଠାରେ ଗୋଟିଏ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଜଙ୍କିଆରୁ ଖୋର୍ଦ୍ଧା ପଟକୁ ଆସୁଥିବା ଏକ ଟ୍ରକ୍ (ଓଡ଼ି ୦୨ଏମ୍-୯୨୨୩) ସହ ଭୁବନେଶ୍ୱରୁ ବ୍ରହ୍ମପୁର ଯାଉଥିବା ଦୁଇଟି ବାଇକ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ସଠିକ ଠିକଣା ମିଳିପାରିନଥିବା ବେଳେ ପୁଲିସର ପ୍ରାଥମିକ ଅନୁସନ୍ଧାନରେ ସେମାନେ ଗାମ ବ୍ରହ୍ମପୁରର ରିଙ୍କୁ (୨୦) ଓ ଲକି (୨୨) ବୋଲି ଜାଣିପାରିଛି। ସେହିଭଳି ଆହତ ବ୍ୟକ୍ତି ଜଣକ ବ୍ରହ୍ମପୁର ଥାନା ବିଜୁପୁର ଅଂଚଳର ସନ୍ତୋ ମହାନ୍ତି ଓରଫ ପପୁ (୧୮) ବୋଲି ଚିହ୍ନଟ କରାଯାରଇଛି। ତିନିଜଣ ଗୋଟିଏ ବାଇକ୍ରେ ଯାଉଥିଲେ। ଆହତ ହୋଇଥିବା ଅନ୍ୟ ଦୁଇଜଣ ହେଲେ ବେଗୁନିଆ ଥାନା ପରିଛଳ ଗ୍ରାମର ଦିବାକର ନାୟକ (୨୫) ଓ ବିଷ୍ଣୁ ନାୟକ (୨୬)।
ଟ୍ରକ-ବାଇକ ଦୁର୍ଘଟଣାରେ ୨ ମୃତ, ୩ ଆହତ
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)