କୋରାପୁଟ୍‌: କୋରାପୁଟ ଓ ଜୟପୁର ମଧ୍ୟରେ ଜରଟି ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ଆଜି ଭୋରୁ ଭୋରୁ ୨ଜଣଙ୍କ ମୃତ ଦେହ ପଡିଥିବା ଦେଖାଯାଇଛି । ଉଭୟ ମୃତ ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡିଛି । ଉକ୍ତ ଯୁବକ ୨ଜଣ ଆତ୍ମହତ୍ୟା କରିଛନ୍ତି ନା ରେଳରୁ ଡେଇଁ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି କିଛି ସ୍ପଷ୍ଟ ହୋଇନାହିଁ । ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ କିଛିଦିନ ପୂର୍ବେ ଏହି ରେଳ ଷ୍ଟେସନ ନିକଟରେ ମାଟି ଅତଡା ଖସି ପ୍ରାୟ ମାସେ କାଳ ରେଳ ଚଳାଚଳରେ ବ୍ୟାଘାତ ଉପୁଜିଥିଲା। ବେଳେ ଗତ ତଳେ ରାତ୍ରି ବେଳାର ରେଳ ଚଳାଚଳ ବନ୍ଦ କରାଯାଇଥିଲା। ଆଜି ସେଠାରେ ଏପରି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି।