ମାଣିଆବନ୍ଧରେ ଗୋଷ୍ଠୀ ସଂଘର୍ଷ: ଗୁଳି ଓ ବୋମା ମାଡ଼ରେ ୨ ମୃତ, ୧୦ରୁ ଅଧିକ ଗୁରୁତର

ମାଣିଆବନ୍ଧ: ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁ ଭିତରେ ବିବାଦରୁ ଚାଲିଗଲା ୨ଟି ଅମୂଲ୍ୟ ଜୀବନ। ଦୀର୍ଘ ଦିନ ଧରି ଜମି ବିବାଦ ନ ତୁଟିବା ଯୋଗୁ ବଡ଼ମ୍ବା ବ୍ଲକର ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ଼ ଓ ଗୁଳି ମାଡ଼ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ରୁ ଅଧିକା ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ମାଣିଆବନ୍ଧରେ ଚିକିତ୍ସା କରାଇବା ସହ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ(୩୪) ଓ ପବିତ୍ର ଆରୁଖ (୨୬)। ଏହି କାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। କଟକ ନରସିଂହପୁର ୬୫ ନମ୍ବର ରାଜପଥର ଅଭିମାନପୁର ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଛି। ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର