କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏକ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ସୁକୁମାର ମାଇତି (୫୫)। ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ସପ୍ତାହ ତଳେ କେନ୍ଦୁଝର ଆସି କାମ କରୁଥିଲେ। ଶୌଚ ହେବାପାଇଁ ପୋଖରୀକୁ ଯାଇ ଫେରିନଥିଲେ। ପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଲୋକେ ପୁଲିସକୁ ଜଣାଇଥିଲେ। ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment

ପାଟଣା: ପାଟଣା ଥାନା ଖମୁଆଁ ଜାମୁପଶି ଗ୍ରାମର ଜଣେ ଯୁବକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଗ୍ରାମର କୁନା ମୁଣ୍ଡା (୨୩) । ଏନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସ୍ବାମୀସ୍ତ୍ରୀ ବିଲରେ କାମ କରୁଥିଲେ। କାମ ସରିବା ପରେ ନିକଟସ୍ଥ ଏକ ପୋଖରୀରେ ଗାଧୋଉଥିବା ସମୟରେ କୁନା ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏସ୍‌ଆଇ ନୂଆସ ଲୁଗୁନ କହିଛନ୍ତି।