ଟ୍ୟାଙ୍କର୍‌କୁ ପଛରୁ ପିଟିଲା ବାଇକ୍‌, ୨ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଥାନା ଦୁର୍ଲଗାଠାରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା- ସୁନ୍ଦରଗଡ଼ ରାସ୍ତାର ଦୁର୍ଲଗାଠାରେ ଏକ ଟ୍ୟାଙ୍କର ଅଟକି ଥିବା ବେଳେ ପଛ ପ‌ଟୁ ଏକ ବାଇକ ଧକ୍କା ଦେଇଥିଲା । ଏଥିରେ ବାଇକରେ ଥିବା ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ୧୦୮ ଯୋଗେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ାରେ କାମ ସାରି ଏହି ୩ ଯୁବକ ଏକ ବାଇକ (ଓଡି-୧୬-୯୯୫୪)ରେ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ନିକଟ ଅବନକେଲାକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରିଛି। ମୃତ ଯୁବକମାନେ ହେଲେ ଅବନକେଲା ଗ୍ରାମର ସୁମନ୍ତ ସାହୁ( ୨୩) ଓ ଟୁନା ପାତ୍ର ( ୨୨) । ଆହତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର